Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଗାଣ ବର୍ଷା:୩ ଦିନ ଧରି ଘାଟିତଳ ଅନ୍ଧାର,ଅଧିକାରୀଙ୍କୁ ଘେରିଲେ ଅଧିକାରୀ

ଗୌଡପାଲି,ତା.୦୩।୦୮ : ଜମନକିରା ବ୍ଲକ ଘାଟିତଳର ୩ଟି ଗ୍ରାମପଞ୍ଚାୟତ ତଥା ପଡିଆବାହାଲ ଓ ଆଖପାଖ ଅଞ୍ଚଳ ଲଗାତାରଭାବେ ୩ରାତି ଅନ୍ଧାରରେ ରହିଲା ପରେ ଆଜି ବିଦ୍ୟୁତ ଉପଭୋକ୍ତା ପଡିଆବାହାଲ ଗ୍ରୀଡର ଜେଇ ପରିବେଶ କ୍ୟୁରି ଓ ଧନୁପାଲି ଏସଡିଓ କୈଳାସ ଚନ୍ଦ୍ର ବଳଙ୍କୁ ଗୌଡପାଲିକୁ ଡକାଇ ଘେରି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି । ସୂଚନା ମୁତାବକ ଲଗାଣ ବର୍ଷା ଯୋଗୁଁ ପଡିଆବାହାଲ ଫିଡରରେ ଗତ ୩ରାତି ସଂପୂର୍ଣ୍ଣ ରୂପେ ବିଦ୍ୟୁତ ବିଭ୍ରାଟ ହୋଇଥିଲା । ଏନେଇ ଅଞ୍ଚଳର ବିଦ୍ୟୁତ ଉପଭୋକ୍ତା ବାରମ୍ବାର ଜେଇ ପରିବେଶ କ୍ୟୁରିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ଆଜି ଜନସାଧାରଣ କୌଣସି ମତେ ଏକଜୁଟ ହୋଇ ସମସ୍ୟାର ସମାଧାନର ବିକଳ୍ପ ଭାବେ ଜାତୀୟ ରାଜପଥ ୫୩କୁ ଅବରୋଧ କରିବା ପାଇଁ ଏକଜୁଟ ହୋଇଥିଲେ । ଗୌଡପାଲି ଫାଣ୍ତି ଅଧିକାରୀଙ୍କ ପରାମର୍ଶକ୍ରମେ ରାଜପଥ ଅବରୋଧରୁ ଓହରି ଏସଡିଓ କୈଳାସ ଚନ୍ଦ୍ର ବଳ ଓ ଜେଇ ପରିବେଶ କ୍ୟୁରିଙ୍କୁ ଗୌଡପାଲି ଛକକୁ ଫୋନ ମାଧ୍ୟମରେ ଡକାଯାଇଥିଲା । ତେବେ ଏସଡିଓ ଓ ଜେଇ ଆସିବାପରେ ଆଞ୍ଚଳିକ ଜନସାଧାରଣଙ୍କ ବିଦ୍ୟୁତ ବିଭ୍ରାଟ ସମସ୍ୟାକୁ ବୁଝି ଆଗାମୀ ଦିନରେ ଏଭଳି ଯେମିତି ନହୁଏ ସେ ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବା ନେଇ ଏସଡିଓ ପ୍ରତିଶୃତି ଦେବା ସହ ପଡିଆବାହାଲ ଗ୍ରୀଡର ଟିପିଡବ୍ଲୁଓଡିଏଲ ମରାମତି ସୁପରଭାଇଜର ମୁକେଶ ବଡପଣ୍ଡାଙ୍କୁ ଏଭଳି ଭୁଲ ପାଇଁ ଉପଭୋକ୍ତାଙ୍କ ସମ୍ମୁଖରେ ବର୍ଷିଥିଲେ ।