Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତଳ ମୁଣ୍ଡରେ ବର୍ଷା ଜଳର ପ୍ରଭାବ,ଉପର ମୁଣ୍ଡରେ ବର୍ଷା:ବଢୁଛି ହୀରାକୁଦ ନଦୀବନ୍ଧର ଜଳ ସ୍ତର,କିନ୍ତୁ ଖୋଲିବନି ଗେଟ୍

ସମ୍ବଲପୁର:ତଳ ମୁଣ୍ଡରେ ଲଗାଣ ବର୍ଷା ଜଳର ପ୍ରଭାବ ରହିଛି।ନଦୀ ନାଳ ଫୁଲୁଛି।ସେପଟେ ଉପର ମୁଣ୍ଡରେ ବର୍ଷା।ଉପର ମୁଣ୍ଡରୁ ବର୍ଷା ଜଳ ପ୍ରବେଶ କରୁଛି ହୀରାକୁଦ ନଦୀବନ୍ଧକୁ।ମଝି ଦରିଆରେ ରହିଛି ବର୍ତ୍ତମାନ ହୀରାକୁଦ ନଦୀବନ୍ଧ। ଏଭଳି ପରିସ୍ଥିତିରେ ତଳମୁଣ୍ଡରୁ ପାଣି ନ କମିବା ଯାଏ ହୀରାକୁଦର ଅଧିକ ଗେଟ୍ ଖୋଲା ଯିବନି ବୋଲି ଏକ ପ୍ରକାର ନିଷ୍ପତ୍ତି ହୋଇଛି। ହୀରାକୁଦ ଉପର ମୁଣ୍ଡର ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି।ହୀରାକୁଦ ନଦୀବନ୍ଧର ଜଳସ୍ତର ଏବେ ୬୧୦ ଫୁଟ ଉପରେ ଅଛି।ରାଇଜିଂ ଟ୍ରେଣ୍ଡ ରହିଛି।ତେବେ ହୀରାକୁଦ ଗେଟ୍ ଖୋଲିଲେ ତଳ ମୁଣ୍ଡରେ ବିପଦ ଆଶଙ୍କା କରି ଏବେ ନଦୀବନ୍ଧ ଗେଟ୍ ନଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ସଂପର୍କରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।

More Stories