Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଲଡୁଙ୍ଗରୀ ଟୋଲ ପ୍ଲାଜାରେ ଆହତ ଗାଈକୁ ସମ୍ବଲପୁର ସ୍ଥାନାନ୍ତର

ସମ୍ବଲପୁର(ନିଲଡିଙ୍ଗରୀ):ସରକାରଙ୍କ ଗୁହାଲ ଘର ଫେଲ ମାରିଛି ଜିଲ୍ଲାରେ। ଜାତୀୟ ରାଜପଥ ଓ ବିଭିନ୍ନ ସଡକ ହୋଇଛି ସେମାନଙ୍କ ବାସ ସ୍ଥାନ ଓ ମୃତ୍ୟୁର ଜନ୍ତାଘର। ଏଭଳି ଘଟଣା ପ୍ରତିଦିନର ହୋଇଥିଲେ ମଧ୍ୟ ସରକାର ଅବା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁନଥିବାରୁ ଦିନକୁ ଦିନ ଗୋସଂପଦ ବିପତ୍ତିରେ ପଡୁଛନ୍ତି। ଏଭଳି ଏକ ଘଟଣା ଘଟିଛି ଆଜି ପୁଣି ନୀଲଡୁଙ୍ଗରୀ ଟୋଲପ୍ଲାଜା ଠାରେ। ଆଜି ବଡି ସକାଳୁ ଏକ ଗାଈ ଉପରେ ଗାଡି ଚଢିଯିବାରୁ ଅତି ସଂକଟାପନ୍ନ ଅବସ୍ଥାରେ ଏନଏଚଏଆଇର ସହଯୋଗରେ କିଛି ସାମାଜିକ କର୍ମୀ ସମ୍ବଲପୁର ପ୍ରାଣୀଧନ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।ପଡିଆବାହାଲ ଏଲଆଇ ମହେଶ ଦୀପ ପ୍ରାଥମିକ ଚିକିତ୍ସା କରିଥିବା ବେଳେ ଏଥିରେ ଅଞ୍ଚଳର ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ସହଯୋଗ କରିଥିଲେ। ଏଠାରେ ସୂଚନା ଯୋଗ୍ୟଯେ ଆଜି ବଡି ଭୋରରେ ଏକ ପିକଅପ୍ ଭ୍ୟାନ ନିଲଡୁଙ୍ଗରୀ ଟୋଲପ୍ଳଜା ନିକଟରେ ଚାଲାଣ କରାଯାଉଥିବା ଗୋରୁ ମାନଙ୍କୁ ସେଠାରେ ଛାଡି ଦେଇଥିବା ଓ ସେହି ପିକଅପ୍ ଭ୍ୟାନକୁ ସଦର ପୋଲିସ ଜବତ କରିଥିବା ଜଣାପଡିଛି। ଭ୍ୟାନରୁ ଛଡାଯାଇଥୋବା ଅନେକ ଗାଈ ନିକଟରେ ଚରୁଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଗାଈ ଦୂର୍ଘଟଣାର ଶୀକାର ହୋଇଛି।