କଳାହାଣ୍ଡି,୦୪/୦୮-ନବଗଠିତ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ନୂତନ ତଥା ପ୍ରଥମ ଅଧ୍ୟକ୍ଷ ଭାବେ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ହୋଇଛନ୍ତି ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ଶିବାଜୀ ମାଝୀ ! ପରିଷଦର ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ଆଜି ସେ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭୁବନେଶ୍ବରଠାରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ! ଏହାସହିତ ସାଂଗଠନିକ ସଂପାଦକଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ନିଯୁକ୍ତି ପାଇଁ ଧନ୍ୟବାଦ ଜଣାଇଛନ୍ତି ! ଶ୍ରୀ ମାଝୀଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ଦଳର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ !