Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୀବନ୍ତ ଗଛରେ ଝୁଲୁଛି ଜୀବନ୍ତ ବିଦ୍ୟୁତ ତାର

ସମ୍ବଲପୁର (ବାରିବନ୍ଧ): ଜୀବନ୍ତ ଗଛରେ ଝୁଲୁଛି ଜୀବନ୍ତ ବିଦ୍ୟୁତ ତାର। ଖାତିର ନାହିଁ କାହାକୁ । ଏହିଯେ ଜୀବନ୍ତ ବିଦ୍ୟୁତ ତାର ରାସ୍ତାରେ ଏବେ ଶୋଇ ଗଡୁଛି । ନିଘାବି ନାହିଁ କାହାର। ନିଲଡୁଙ୍ଗରୀ ଟୋଲ ପ୍ଲାଜା ଠାରୁ ବାରିବନ୍ଧ ଯାଏ ପଡିଛି ଏଭଳି ମୃତ୍ୟୁର ପସରା । ଯଦି ଆକସ୍ମିକ ଭାବେ କୌଣସି ଘଟଣା ଦୁର୍ଘଟଣା ଘଟେ ଏତିପାଇଁ ଟିପିଡବ୍ଲୁଡିଏକୁ ସିଧା ସଲଖ ଦାୟୀ କରାଯିବ ନାଁ ଏହାକୁବି ଏଡାଇ ଦେବା ? ମୃତ୍ୟୁର ଯନ୍ତା ଏଭଳି ଫାନ୍ଧି ହୋଇରହିଛି ଜାତୀୟ ରାଜପଥ ଉପରେ । ୨ କିମି ଧରି ଜୀବନ୍ତ ଗଛରେ ଜୀବନ୍ତ ବିଦ୍ୟୁତ ତାର ଟଣା ହୋଇ ଆସିବା ଭଳି ବେଧଡକ୍ ନିୟମ ବିରୁଦ୍ଧ କାମକୁ ରୋକିବାରେ ନାଁ କୌଣସି ଅଧୋକାରୀଙ୍କ ଦକ୍ଷତା କାମ କରୁଛି ? ନାଁ କୁ ମାତ୍ର ସରକାର ଦକ୍ଷତା ବିକାଶର ଦିଣ୍ଡିମି ପିଟୁଛନ୍ତି । ସରକାରୀ କର୍ମଚାରୀଙ୍କ ଯେଉଁଠି ଦକ୍ଷତାର ପରିପ୍ରକାଶ ହେଉ ନାହିଁ ସେଠି ଠିକାଦାର ସଂସ୍ଥାର ଅବସ୍ଥା ନକହିବା ଭଳ। ବୈଷୟିକ ଜ୍ଞାନ କୌଶଳର ଅଭାବରେ ଯାହା ଘଟେ ତାହାହିଁ ଝୁଲନ୍ତା ତାର କେବଳ ପ୍ରମାଣ ଦେଉନି ବରଂ ସରକାରଙ୍କ ଦୋମୁହାଁ କଥାର ନିଚ୍ଛକ ପ୍ରତିଫଲନ ଏଠି ଶୋଭା ପାଉଛି।