Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରସାମ୍ୟ ହରାଇ ବସକୁ ପିଟିଲା ବାଇକ : ୨ ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗୋପାଳପୁର ଠାରୁ ରାୟପୁର ୫୯ ନଂ.ଜାତୀୟ ରାଜପଥ ଦେଇ ଯାଇଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ବୁଦୁଲି ପଦର ଘାଟିରେ ଏକ ମୋଟର ସାଇକଲ ଭାରସାମ୍ୟ ହରାଇ ଗୋଟିଏ ସରକାରୀ ବସ କୁ ବାଡେଇ ହେବାରୁ ଦୁଇ ଜଣ ଗୁରୁତର ହୋଇ ତୁମୁଡିବନ୍ଧ ମେଡିକାଲ ରେ ଭର୍ତ୍ତୀ ହୋଇଛନ୍ତି l ଘଟଣା ରୁ ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନ ରେ ତୁମୁଡିବନ୍ଧ ଥାନା ବୁଦୁଲିପଦର ଘାଟି ରେ ବେଲଘର ରୁ ଫୁଲବାଣୀ ଅଭିମୁଖେ ଯାଉଥିବା ସରକାରୀ ବସ ନଂ. ଓଡି-୧୨-ଏ-୬୫୦୮ କୁ ବାଲିଗୁଡା ରୁ କୋଟଗଡ ଅଭିମୁଖେ ଯାଉଥିବା ଏକ ବାଇକ ନଂ. ଓଡି-୧୮-ଏ-୨୨୩୮ ମୁହାଁମୁହିଁ ହୋଇ ବାଡେଇ ହେବାରୁ ବାଇକ ରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିଲେ l ନିକଟରେ ଥିବା ସମାଜସେବୀ ଅରୁଣ ନାୟକ ଙ୍କ ସମେତ କିଛି ବଦାନ୍ୟ ବ୍ୟକ୍ତି ସଙ୍ଗେ ସଙ୍ଗେ ତୁମୁଡିବନ୍ଧ ମେଡିକାଲ ରେ ଭର୍ତ୍ତୀ କରି ଚିକିତ୍ସା କରାଇଥିଲେ l ଆହତ ହୋଇଥିବା ଦୁଇ ବ୍ୟକ୍ତି କୋଟଗଡ ଥାନା ଅଞ୍ଚଳ ର ଆନ୍ଦ୍ରିୟ ପାଟମାଝୀ ଓ ସୁବ୍ରତ ମଲ୍ଲିକ ବୋଲି ଜଣା ପଡିଛି | ଖବର ପାଇ ଘଟଣା ସ୍ଥଳରେ ତୁମୁଡିବନ୍ଧ ପୋଲିସ ପହଞ୍ଚି ଅଧିକ ତଦନ୍ତ କରିଥିବା ଜଣାପଡିଛି |