Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାରେ ବିଭିନ୍ନ ପ୍ରତିଭାଙ୍କୁ କରାଗଲା ସମ୍ମାନିତ

ଜମନକିରା : ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଆଦିବାସୀ ଭବନରେ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଭାରତୀୟ ରେଡ଼କ୍ରସ ଆନୁକୁଲ୍ୟରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଥିବା ବିଶିଷ୍ଟ ସମାଜସେବୀ ନିଆଲ ସିଂ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଭିନ୍ନ ପ୍ରତିଭାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ଭିତରେ କିସ ପକ୍ଷରୁ ଆଦିବାସୀ ସଂସ୍କୃତି ସଂରକ୍ଷକ ଭାବରେ ସମ୍ମାନିତ ଡ଼. ଶୋଭାରାମ ପଧାନ, ପ୍ରକୃତିବନ୍ଧୁ ସୁବାସ ଚନ୍ଦ୍ର ନାୟକ, ବିଶିଷ୍ଟ ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ, ସଙ୍ଗୀତଜ୍ଞ ଶିବ ଶଙ୍କର ପଧାନ, ସଙ୍ଗୀତ ସାଧକ ଅର୍ଜୁନ ମେହେର, ନାରୀ ସ୍ବେଚ୍ଛାସେବୀ ମେମିନା ଖାତୁନଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ରଶ୍ମି ସାମଲ ମାନପତ୍ର ଗୁଡ଼ିକ ପାଠ କରିଥିଲେ। ଉପ-ସଭାପତି ରମେଶ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁବାସ ନାୟକ ସଭାପତିତ୍ବ କରିଥିବା ବେଳେ ଶିବ ପ୍ରଧାନ ମୁଖ୍ୟଅତିଥି ଏବଂ ଅର୍ଜୁନ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବିନ୍ଦୁ ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିବା ବେଳେ ନୀହାଲ ସିଂ ବିଶେଷ ବକ୍ତା ଭାବରେ ଯୋଗ ଦେଇ ସମାଜ ସେବା ମାଧ୍ୟମରେ ମିଲି ଥିବା ତୃପ୍ତିର ବିକଳ୍ପ ନାହିଁ ବୋଲି କହିଥିଲେ। ସଭାରେ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ଓ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ବାର୍ତ୍ତା ପାଠ କରାଯାଇଥିଲା।ଶେଷରେ କୋଷାଧ୍ୟକ୍ଷ ଟୁନା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।