Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରକଳ୍ପ ଉଦଘାଟନ ପରେ ନେତାଙ୍କ ସହ ରୁଦ୍ଧ ଦ୍ଵାର ବୈଠକ

ଭୁବନେଶ୍ଵର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଶୁକ୍ରବାର ରାତି ୧୨ଟାରେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବହୁତ ନେତା ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ।

ଶନିବାର ଦିନ ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ସୁକିନ୍ଦା-କାମାକ୍ଷନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଘଐଇଓର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ଏହାପରେ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଲୋକସେବା ଭବନରେ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଉପରେ କାର୍ଯ୍ୟକ୍ରମରେ ଶାହ ଯୋଗ ଦେବେ ।

ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିବେ । ଶାହାଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି କ୍ୟାମ୍ପ ଉତ୍ସାହିତ ଥିବା ବେଳେ ରାଜ୍ୟ ବିଜେପି ସଭାପତି କହିଛନ୍ତି ରାଜ୍ୟ ପଦାଧିକାରୀ ଏବଂ କୋର୍ କମିଟି ବୈଠକ ହେବ । ସନ୍ଧ୍ୟା ୬ଟାରେ ଭୁବନେଶ୍ଵର ଛାଡ଼ିବା ପୂର୍ବରୁ ବିମାନ ବନ୍ଦର ଲାଉଞ୍ଜରେ ଦଳୀୟ କର୍ମୀଙ୍କ ସହ ତାଙ୍କର ଏକ ବୈଠକ କାର୍ଯ୍ୟକ୍ରମ ରହିଛି।

ଏହା ପୂର୍ବରୁ ଶାହଙ୍କ ଜୁନ ୧୭ରେ ଓଡ଼ିଶା ଆସିବର କାର୍ଯ୍ୟକ୍ରମ ଥିଲା। ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ଜନସମାବେଶରେ ସାମିଲ୍ ହେବାର ଥିଲା। କିନ୍ତୁ ମଣିପୁର ହିଂସା କାରଣରୁ ତାଙ୍କର ଗସ୍ତ ବାତିଲ୍ ହୋଇଥିଲା।