Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୂର୍ଗା ସପ୍ତସତି ଚଣ୍ଡିପାଠ

ସମ୍ବଲପୁର : ଶନିବାର ଦିନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠ ରେ ଶ୍ରୀ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ର ସଭ୍ୟ ମାନେ ବିଶ୍ୱରେ ଶାନ୍ତି ମୈତ୍ରୀ ପରସ୍ୱର ମଧ୍ୟରେ ସୁସମ୍ପର୍କ ସ୍ଥାପନା ତଥା ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ ଦୁଃଖ ଭାଗ ଭଵେତ ର ଆପ୍ତ ବାକ୍ୟ କୁ ଆଧାର କରି ଦୁର୍ଗା ସପ୍ତସତି ଚଣ୍ଡୀପାଠ କରଥିଲେ, ମା ଙ୍କ ଷୋଡ଼ଶ ଉପଚାର ପୂଜା ପରେ ମହାସଭା ର ସଭାପତି ରବିନାରାୟଣ ପଣ୍ଡା ଙ୍କ ଦ୍ୱାରା ପଣ୍ଡିତ ସର୍ବଶ୍ରୀ ଅକ୍ଷୟ ପୁରୋହିତ, ନିରଞ୍ଜନ ଷଡ଼ଙ୍ଗୀ, ଗିରିଜା ପଣ୍ଡା, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ଜୟକୃଷ୍ଣ କର, ଲକ୍ଷ୍ମଣ ବେହେରା, ଅମରନାଥ ମିଶ୍ର, ଯୋଗେଶ୍ୱର ବାବୁ, ସରିତ ପାଢ଼ୀ, ସୌରଭ ମିଶ୍ର, ସଚ୍ଚିଦାନନ୍ଦ ମିଶ୍ର କାଳିଦାସ ପଣ୍ଡା, ମନବୋଧ ପାଢ଼ୀ, ପ୍ରକାଶ ମିଶ୍ର, ରାକେଶ ମିଶ୍ର, ସୁଧାଂଶୁ ପାଣିଗ୍ରାହୀ ରମେଶ ପୁରୋହିତ ପ୍ରମୁଖ ସାମୁହିକ ଚଣ୍ଡୀ ପାଠ କରିଥିଲେ ପରେ ମାଙ୍କ ଆରତୀ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା