Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗ ଓ ଅହିଂସା ହିଁ ସୁସ୍ଥ ଜୀବନ ର ମାଧ୍ୟମ

ସମ୍ବଲପୁର:ସମ୍ବଲପୁର ପବ୍ଲିକ ଲାଇବ୍ରେରି ଠାରେ ରାଷ୍ଟ୍ରଗଠନ ରେ ଯୁବପ୍ରସ୍ତୁତି ଧାରାବାହିକ ପ୍ରଶିଷଣ ଶିବିର ର ଅଷ୍ଟାଦଶ ସପ୍ତାହ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହିଇଥିଲା।ମା ଵାଗଦେବୀ ଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ଆଜିର ପ୍ରଶିକ୍ଷକ ପ୍ରାକ୍ତନ ଅଧ୍ୟକ୍ଷ ଡ଼. ମୀନକେତନ ପାଠୀ ଅହିଂସା ଉପରେ ତାଙ୍କର ଶିକ୍ଷାଦାନ ଆରମ୍ଭ କରି ମହାତ୍ମାଗାନ୍ଧୀ ଓ ବହୁ ମହାପୁରୁଷଙ୍କ ଜୀଵନୀ ରେ ଅହିଂସା ର ପ୍ରଭାବ ଉପରେ ବ୍ୟାଖ୍ୟା କରି ଛାତ୍ରଛାତ୍ରୀ ମାନେ ଅହିଂସା ଭାବ ପୋଷଣ କରିବାକୁ ଆହ୍ୱାନ ଦେଇଥିଲେ। ଦ୍ଵତୀୟଅଧିବେଶନ କୁ ଆରମ୍ଭ କରି ଖ୍ୟାତନାମା ଡାକ୍ତର ତଥା ଯୋଗଗୁରୁ ଡାକ୍ତର ଜୟଦେବ ମେହେର ଓ ତାଙ୍କ ସହଯୋଗୀ ମାନେ ଦୈନଦିନ ଜୀବନ ରେ ଯୋଗ ର ଆବଶ୍ୟକତା ଉପରେ ଆଲୋଚନା କରି ଯୋଗ ର ବିଭିନ୍ନ ମୁଦ୍ରା ସବୁ ପ୍ରଦର୍ଶନ କରି ପିଲାଙ୍କୁ ସାମିଲ କରିଥିଲେ। କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀ ରାଜେନ୍ଦ୍ର ପଣ୍ଡା ସମଗ୍ର ବ୍ୟବସ୍ଥା କୁ ସଞ୍ଚାଳନ କରିଥିବାବେଳେ ପିଲାଙ୍କୁ ପ୍ରେରଣା ଦେବାପାଇଁ ପ୍ରୋ. ଆଦିତ୍ୟ ପ୍ରସାଦ ପାଢ଼ୀ, ପ୍ରୋ ଶଙ୍କର ପ୍ରସାଦ ପତି,ସମ୍ପାଦକ ରଘୁନାଥମିଶ୍ର,ଶିକ୍ଷାବିଡ,ଶିବ ଶଙ୍କରଷଡ଼ଙ୍ଗୀ,ପ୍ରୋ.ରବିନାରାୟଣ ମିଶ୍ର ପ୍ରୋ.ସଚିନ୍ଦ୍ର କୁ.ମିଶ୍ର,ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ସ୍ୱତନ୍ତ୍ର ଅତିଥି ଭାବେ କ୍ଷୁଦ୍ର ଓ ମଧ୍ୟମ ଶବଦ ପତ୍ର ର ଉପସଭାପତି ରବି ରଥ, ଡ଼. ଅଶୋକ ହୋତା,ଯୋଗ ପ୍ରଶିକ୍ଷକ ମଧୁରାଜ ନାୟକ,ଡ଼. ସୁଷମା ଦାସ, ଲିପି ପ୍ରଧାନ, କୁମାରୀ ରାଜେଶ୍ୱରୀ ଓ ସହାୟତା ପ୍ରଦାନ କରିଥିଲେ।ଆଜିର ପ୍ରଶିକ୍ଷଣ ଶିବିର ରେ ମୋଟ ୧୩ ଟି ହାଇସ୍କୁଲ ରୁ ୨୫ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ଶେଷର ଧନ୍ୟବାଦ ଓ ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ଶେଷ ହେଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ