Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ସମ୍ବଲପୁର (ରେଙ୍ଗାଲି):ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲି ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା ।
ବାଳ ବର୍ଗ, ଶିଶୁ ଓ କିଶୋର ବର୍ଗ ତିନୋଟି ପର୍ଯ୍ୟୟ ରେ ମୋଟ ୧୦୩ ଟି ପ୍ରକଳ୍ପ ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶନ କରିଥିଲେ ।ପ୍ରକଳ୍ପ ଗୁଡିକର ବିଷୟ ବସ୍ତୁ ଥୀଲା (ପ୍ରାଥମିକ ଚିକିତ୍ସା,ପର୍ଯ୍ୟାବରଣ ଓ ସ୍ବଚ୍ଛତା,ପ୍ରାକୃତିକ ବିପର୍ଯ୍ୟୟ,ଯାତାୟାତ ନିୟମ ଓ ସୁରକ୍ଷା , ବର୍ଷା ଜଳ ସଂରକ୍ଷଣ,ବାୟୁ ଚାପ, ସଂବେଦକ,ଆବର୍ଜନା ର ଉପୟୋଗ)
ପ୍ରତ୍ୟେକ ବିଷୟ ବସ୍ତୁରେ ପ୍ରଥମ ,ଦ୍ୱିତୀୟ ,ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ କୁ ମୂଖ୍ୟ ଅତିଥି ଭାବେ ହିଣ୍ଡାଳକୋ ରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଆଶିଷ ମାହାଣା ଉଦଘାଟନ କରିଥିଲେ ।।
ଏବଂ ଅତିଥି ତଥା ବିଚାରକ ଭାବେ ଯୋଗ ଦେଇ ଥୀଲେ ଏମ୍ସ କଲେଜ ର ଅଧ୍ୟାପକ ସମ୍ବିତ ପଣ୍ଡା ଓ ରଜନୀ ବାରିକ, ଆଦର୍ଶ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଦୁଷ୍କନ୍ତ ମେହେର ନୂଆ ରମ୍ପେଲା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସୁଶାନ୍ତ ବେହେରା ,ମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟୀତ୍ରୀ ସୁନୀତା ପଧାନ, ସ୍ବାଧୀନ ଏକତା ସଂଗଠନ ର ସଂପାଦକ ଦିବ୍ୟ କିଶୋର ସରାଫ,ପୂର୍ବତନ ଶିଶୁ ବାଟିକା ପ୍ରମୁଖ ଭାରତୀ ପାଣିଗ୍ରାହୀ, ଅବସରପ୍ରାପ୍ତ ଖେଳ ଶିକ୍ଷକ ପ୍ରଫୁଲ୍ଲ ଗହିର ତଥା ବିଦ୍ୟାଳୟ ର ସଭାପତି ରାଜିବ ମିଶ୍ର,ସଂପାଦକ ସରୋଜ ବିଶୋଇ ପ୍ରଧାନ ଆଚାର୍ଯ୍ୟ ଦୀପ୍ତି ରଞ୍ଜନ ପୋଥାଲ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ନିର୍ମଲ ଗୁରୁଜୀ, ରଶ୍ମିତା ଓ ଜୁଲି ଗୁରୁମା ତଥା ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ