Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁଳି ସେବାକୁ ନେଇ ଜନ ଅସନ୍ତୋଷ: ଆନ୍ଦୋଳନ ପାଇଁ ସଜବାଜ

ଯୁଯୁମୁରା ବ୍ଲକ ଘେନୁପାଲି ନୁଆବରଙ୍ଗାମାଲ ଡଙ୍ଗରପଡ଼ା ଟାମ୍ପରଗଡ ପଡ଼ିଆବାବହାଲ ଅଞ୍ଚଳ କୁ ହିରୋ ଗ୍ରିଡ୍ ରୁ ଲାଇନ ସପ୍ଲାଇ ହେଉଛି ଆଜିକୁ ୮ଦିନ ହେବା ଲାଇନ ରହୁନାହିଁ ।ତୁହାକୁ ତୁହା ବିଜୁଳି କାଟ ହେଉଛି। ରାତିରେ କେବେ କେମିତି ଲାଇନ ରହୁଥିଲେ ସୁଦ୍ଧା ଅଧିକାଂଶ ଦିନ ରହୁ ନାହିଁ ।ଟାଟା କମ୍ପାନୀ ନେଲା ଦିନରୁ ଅଧିକ ସମୟ ଲାଇନ ରହୁ ନାହିଁ ଲାଇନ ମେନ ମାନଙ୍କ ମନ ମୁଖି କାମ ହେତୁ ଖାଉଟି ମାନେ ଠିକ୍ ଭାବରେ ଲାଇନ ପାଇ ପାରିନାହାନ୍ତି ୧୧ କେଭି ତାର ସଂସ୍ପର୍ଶରେ ଆସିଥିବା ଗଛର ଡାଳ ଅଧିକ ହୋଇ ରହିଛି ସଫା କରିବା ଦାୟିତ୍ବ ଟା ଟା କଂପାନୀ ର ରହି ଥିବା ହେଲେ ସଫା କରୁନାହାନ୍ତି ରାତିରେ ହାତୀ ଆସୁଛନ୍ତି ଘରେ ଘରେ ପଶି କଦଳୀ ପଣସ ଚାଉଳ ଖାଇ ଦେଉଛନ୍ତି ମାସ କୁ ମାସ ଆସି ଲାଇନ ବିଲ ନେଇଯାଉ ଛନ୍ତି ଆଗର ବିଲ ବି ନଦେଲେ ଖାଉଟି ମାନଙ୍କୁ ଭୟଭୀତ କରି ଲାଇନ କାଟି ଦିଆ ଯାଉଛି ଟାଟା କମ୍ପାନୀ ପକ୍ଷରୁ ଭିଜିଲାନ୍ସ ଚଢ଼ାଉ କରି ପଇସା ଅସୁଲ କରୁଛନ୍ତି ଘେନୁପାଳି ପଞ୍ଚାୟତର ମେମ୍ବର ଲଳିତା ଷଡ଼ଙ୍ଗୀ ଆଗକୁ ଟାଟା କମ୍ପାନୀ ପକ୍ଷରୁ ଚେତାବନୀ ଦେଉଛନ୍ତି ଆଗକୁ କମ୍ପାନୀ ସମସ୍ତ ପଞ୍ଚାୟତ କୁ ଲାଇନ ଠିକ ଭାବରେ ଯୋଗାଇ ନ ଦେଲେ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିବେ ଦରକାର ପଡ଼ିଲେ ହିରୋ ଗ୍ରୀଡ କୁ ଅଞଚଳବାସୀଙ୍କୁ ନେଇ ଘେରାଉ କରିବେ