Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ପାଇବେ ମଧୁବାବୁ ପେନସନ ଯୋଜନା

ଭୁବନେଶ୍ଵର: ଆଉ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ପାଇବେ ମଧୁବାବୁ ପେନସନ ଯୋଜନା। ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମ ନୂଆ ହିତାଧିକାରୀ ଏହି ଭତ୍ତା ପାଇବେ। ସାମିଲ ନୂଆ ହିତାଧିକାରୀ ଅଗଷ୍ଟ ୧୫ରେ ପ୍ରଥମ ଭତ୍ତା ପାଇବେ। ନୂଆ ହିତାଧିକାରୀଙ୍କୁ ମିଶାଇ ମୋଟ୍ ହିତାଧିକାରୀଙ୍କ ସଂଖ୍ୟା ୩୨ ଲକ୍ଷ ୭୫ ହଜାରକୁ ବୃଦ୍ଧି ଘଟିଛି। ଯୋଜନାରେ ହିତାଧିକାରୀଙ୍କୁ ମାସିକ ୫୦୦, ୭୦୦ , ୯୦୦ ଟଙ୍କା ଭତ୍ତା ମିଳୁଛି।

ମଧୁବାବୁ ପେନସନ ଯୋଜନାରେ ୧୪ ହଜାର ୭୧୯ ଜଣ ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ମହିଳା, ୧୪୬୮ କିନ୍ନର, କୋଭିଡ୍ ଆକ୍ରାନ୍ତ ପରିବାରର ୪୩ ଜଣ ଅନାଥ ଶିଶୁ ଓ ୬୯୬ ବିଧବା ଉପକୃତ ହୋଇଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଗତ ମେ ୨୪ ତାରିଖ ସୂଚନା ଦେଇଥିଲେ। ଗତ ୪ ବର୍ଷରେ ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୨୩.୧୩ ଲକ୍ଷରୁ ବୃଦ୍ଧି ପାଇ ୨୮.୩୭ ଲକ୍ଷରେ ପହଞ୍ଚିଛି । ନୂଆ ହିତାଧିକାରୀଙ୍କୁ ମିଶାଇ ମୋଟ୍ ହିତାଧିକାରୀଙ୍କ ସଂଖ୍ୟା ୩୨ ଲକ୍ଷ ୭୫ ହଜାରକୁ ବୃଦ୍ଧି ଘଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ