Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠା ଦରସ୍ବତୀ ଶିଶୁ ବିଦ୍ୟମନ୍ଦିର ର ରେ ବିଜ୍ଞାନ ମେଳା,

ବେଲଗୁଣ୍ଠା, 07/08, ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ବର୍ଷର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପବିତ୍ର କୁମାର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା I ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ବିଜ୍ଞାନ ମେଳାରେ ଅଂଶଗ୍ରହଣ କରି 158 ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ I କାର୍ଯ୍ୟକ୍ରମରେ ବିଚାରକ ରୂପେ ସିଆରସିସି ରମେଶ କୁମାର ପାଣିଗ୍ରାହୀ, ନୀଳକଣ୍ଠ ନନ୍ଦ,ପ୍ରଶାନ୍ତ କୁମାର ପଟ୍ଟନାୟକ,ଶଙ୍କର ନାରାୟଣ ସେଠୀ, ଶିକ୍ଷକ ଅକ୍ଷୟ କୁମାର ଦାସ, ଅବସରପ୍ରାପ୍ତ ଶିକ୍ଷକ ମାଲ ଗୌଡ଼, ଭଜରାମ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରବୀନ୍ଦ୍ରନାଥ, ସମ୍ପାଦକ ପବିତ୍ର କୁମାର ସାହୁ, ଉପସଭାପତି ମଧୁସୂଦନ ମହାପାତ୍ର, ଯୁଗ୍ମ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର, କୋଷାଧ୍ୟକ୍ଷ ସିଏଚ୍ ରବୀନ୍ଦ୍ରନାଥ ସୁବୁଦ୍ଧି, ଉପଦେଷ୍ଟା ବିଜୟ କୁମାର ସ୍ୱାଇଁ, ସଦସ୍ୟା ଏ ସସ୍ମିତା ପାତ୍ର ଏବଂ ଗୀତାଞ୍ଜଳି ସେଠୀଙ୍କ ସମେତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I