ମୂଶୁଣ୍ଢୀ ଷ୍ଟେଟ ବ୍ୟାଙ୍କର ଦୁଇଟି ଯାକ ଏ ଟି ଏମ୍ ଅଚଳ ଗ୍ରାହକ ହନ୍ତସନ୍ତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ଥିବା ଏସ ବି ଆଇ ର ଦୁଇଟି ଯାକ ଏଟିଏମ୍ ଅଚଳ ହୋଇଥିବା ଜଣାଯାଇଛି । ଗତ ଲଗାଣ ବର୍ଷା ପର ଠାରୁ ଉକ୍ତ ଏଟିଏମ୍ ଦୁଇଟି ଅଚଳ ଅବସ୍ଥାରେ ପଡ଼ିରହିଛି ‌ । ଫଳରେ ମୁର୍ଷୁଣ୍ଢୀ ଷ୍ଟେଟ ବ୍ୟାଙ୍କ ଉପରେ ନିର୍ଭର କରୁଥିବା ଖଣ୍ଡହତା , କେନଝିରିଆପାଲି , ଲୁତୁରପଙ୍କ , ବହଳପଦର , ଦୁର୍ଜନତୈଳା ଓ ମୁର୍ଷୁଣ୍ଢୀ ପ୍ରଭୁତି ୬ ଗୋଟି ପଞ୍ଚାୟତ ର ପ୍ରାୟ ୨୫ ହଜାର ଜନସାଧାରଣ ଉକ୍ତ ବ୍ୟାଙ୍କ୍ ଏଟିଏମ ଉପରେ ନିର୍ଭର କରିଥାନ୍ତି । ଏହା ଅଚଳ ଅବସ୍ଥାରେ ପଡ଼ିରହିଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି । ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ଏଟିଏମ୍ କେନ୍ଦ୍ର ଦୁଇଟି କାର୍ଯ୍ୟକ୍ଷମ କରିବାକୁ ସାଧାରଣ ରେ ଦାବି ହେଉଛି।