Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ବନ୍ଦ ହେଲା ୧୦ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ବନ୍ୟା ଜଳ ପ୍ରବାହ କମିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇଛି। ତେଣୁ ମଙ୍ଗଳବାର ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଛି। ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ମଙ୍ଗଳବାର ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୩୩ ଫୁଟ ରହିଥିଲା ।

ଗତକାଲି ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ସେହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୭ ହଜାର ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୪୯ହଜାର କ୍ୟୁସେକ୍ ପାଣି ନିଷ୍ଟାସିତ ହେଉଥିଲା। ବାମ ପାର୍ଶ୍ଵରେ ୧୩ଟି ଏବଂ ଡାହାଣ ପାର୍ଶ୍ଵରେ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ କରାଯାଉଥିଲା।

ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଛତିଶଗଡ଼ ସରକାର କେଲୋ ଡ୍ୟାମର ୮ଟି ଗେଲ୍ ଖୋଲି ବନ୍ୟା ପାଣି ଛାଡ଼ିଥିଲେ। ଫଳରେ ହୀରାକୁଦକୁ ବନ୍ୟାଜଳ ପ୍ରବେଶ କରିବାରେ ଲାଗିଥିଲା। ଫଳରେ ପର‌୍ୟ୍ୟାୟ କ୍ରମେ ଗେଟ୍ ଖୋଲା ଯାଇ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସିତ କରାଯାଉଥିଲା। ତେବେ ବନ୍ୟାଜଳ ପ୍ରବେଶ କମିବାରୁ ଆଜି ହୀରାକୁଦ ଡ୍ୟାମରେ ୧୦ଟି ଗେଟ୍ ବନ୍ଦ କରାଯାଇଛି।