Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝୁପୁଡିପଡାର ଦୁଃଖ ବୁଝିବ କିଏ ?

ସମ୍ବଲପୁର:ମଙ୍ଗଳବାର ଦିନ ସମ୍ବଲପୁର, କ୍ଷେତରାଜ ପୁର, ଝୁପୁଡି ପଡା ଅଞ୍ଚଳ ଯାହାକି ୨୩ ନମ୍ବର ୱାର୍ଡ ଅଧୀନରେ ରହିଛି।ତାହାକୁ ପରିଦର୍ଶନ କଲେ ପ୍ରୋଟେକ୍ସନ ଫର ଡେମୋକ୍ରେଟିକ ହ୍ୟୁମାନ ରାଇଟ୍ସ ଅଫ ଇଣ୍ଡିଆ ର ପ୍ରତିନିଧି ଗଣ।ଝୁପୁଡି ପଡା ଅଞ୍ଚଳରେ ଯୋଉ ଅଧିବାସୀ ମାନେ ଦୀର୍ଘ ବର୍ଷ ଧରି ରେଲୱେ ଷ୍ଟେସନ ନିକଟରେ, ବସବାସ କରି ନିଜ ନିଜର ଜୀବିକା ନିର୍ବାହ କରୁଥିଲେ, ସେହି ଅଧିବାସୀ ମାନଙ୍କ ବାସ ସ୍ଥାନକୁ ରେଳଷ୍ଟେସନ ର ସାମ୍ପ୍ରସାରଣ ପାଇଁ ସ୍ଥାନୀୟ ପ୍ରଶାସନ, ବସ୍ତି ଟିକୁ ମାଟିରେ ମିଶାଇଦେଇଛନ୍ତି।ବାସ ଗୃହ ପ୍ରଶାସନ ଭାଂଗିଲେ ସେଥିପାଇଁ ସ୍ଥାନୀୟ ଅଧିବାସୀଙ୍କ ହୃଦୟ ରେ ଯେତିକି ଦୁଃଖ ନାହିଁ, ତାଠୁ ଅଧିକ ଦୁଃଖ ରହିଛି, ତାଙ୍କର ସଠିକ ଭାବରେ ଥଇଥାନ ବ୍ୟବସ୍ଥା ହୋଇନଥିବା।ଜିଲ୍ଲା ପ୍ରଶାସନ, ଯଦିବି ସେମାନେ କୌଣସି ନୂତନ ସ୍ଥାନକୁ ଥଇଥାନ ହେଉଛନ୍ତି, ସେହି ସ୍ଥାନରେ ତାଙ୍କର ପରିଚୟ କଣ, ସେମାନେ କିଭଳି ତାଙ୍କ ନିଜର ତଥା ନିଜ ପରିବାର ର ପେଟ ପୋଷିବା ପାଇଁ କଣ ଜୀବିକା କରିବେ ସେହି ଚିନ୍ତାରେ ସେମାନେ ଦିନ କାଟୁଛନ୍ତି।ଏଣୁ ଜିଲ୍ଲା ପ୍ରଶାସନ ସେମାନଙ୍କ ପରିବାର ର ଜୀବିକା ନିର୍ବାହ ପାଇଁ କିଛି ସୁ ବନ୍ଦବସ୍ତ କରିଲେ ଭଲ ହୁଅନ୍ତା ବୋଲି, ପ୍ରୋଟେକ୍ସନ ଫୋର ଡେମୋକ୍ରେଟିସ ହ୍ୟୁମାନ ରାଇଡ୍ସ ଅଫ ଇଣ୍ଡିଆର ରାଜ୍ୟ ପ୍ରତି ନିଧିଙ୍କୁ ଅବଗତ କରାଇଥିବା କୁହାଯାଇଛି।ପରିଦର୍ଶନ କରିଥିବା ପ୍ରତିନିଧି ଗଣ ହେଲେ,ଜାତୀୟ ସିନିଅର ଏକ୍ସଜିକ୍ୟୁଟିଭ ଡ଼ ସୁଧାଂଶୁ ପୂଜାରୀ, ରାଜ୍ୟ ସଭାପତି ଆଲୋକ କୁମାର ଦାସ, ସାଧାରଣ ସମ୍ପାଦିକା ନୁରୀ ନର୍ସିଦା, ସହ ସମ୍ପାଦିକା ଶିବ ପ୍ରିୟା ସାହୁ, ସଦସ୍ୟ ସୈଖ ସରଫରାଜ ଓ ଏମ ଡି ତୋହିଦ।