ସମ୍ବଲପୁର: ସମ୍ବଲପୁର ସେଣ୍ଟ ଯୋନ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ପ୍ରତ୍ୟୁଶ ଦାସ ଆଜି ନିଆରା ଢଙ୍ଗରେ ପାଳନ କରିଛନ୍ତି ତାଙ୍କର ଜନ୍ମଦିନ । ସାଖିପଡ଼ା ନିବାସୀ କ୍ରିଷ୍ଣ ଚନ୍ଦ୍ର ଦାସ ଓ ପୁଷ୍ପଲତା ଦାସଙ୍କ କନିଷ୍ଠ ପୁତ୍ର ପ୍ରତ୍ୟୁଷ ଓରଫ୍ ସୋନୁ ଆଜି ତାଙ୍କ ଜନ୍ମଦିନରେ ନିଜ ସ୍କୁଲ ସମ୍ମୁଖରେ ପାଞ୍ଚ ଗୋଟି ବୃକ୍ଷ ରୋପଣ କରିଛନ୍ତି । ଶୀଘ୍ର ବଢୁଥିବା, ପଶୁ ଖାଉ ନଥିବା ଓ ଛାୟା ପ୍ରଦାନ କରୁଥିବା ୨ ଟି ନିମ୍ବ ଓ ୩ ଟି କରଞ୍ଜ ଗଛର ଚାରା ରୋପଣ କରିଛନ୍ତି ଆଜି ସୋନୁ । ସ୍କୁଲ ଛୁଟି ସମୟରେ ଯେଉଁ ଅବିଭାବକ ମାନେ ଛୁଆଙ୍କୁ ନେବା ପାଇଁ ଆସୁଛନ୍ତି ସେମାନେ ଖରାରେ ଛିଡ଼ା ହୋଇ ଅପେକ୍ଷା କରନ୍ତି । ତେଣୁ ଛାୟା ପ୍ରଦାନକାରି ବୃକ୍ଷ ଆଗାମୀ ଦିନରେ ଲୋକଙ୍କୁ ଗ୍ରୀଷ୍ମ ତାପ ରୁ ରକ୍ଷା କରିବ ଓ ନିମ୍ବ ବୃକ୍ଷ ବାତାବରଣ କୁ ଶୁଦ୍ଧିକରଣ କରିବ ବୋଲି ସୋନୁ ଙ୍କ ପିତା ମତ ପ୍ରକାଶ କରିଛନ୍ତି ।
ବୃକ୍ଷ ରୋପଣର ଏହି ମହତ୍ କାର୍ଯ୍ୟରେ ସହାୟତାର ହାତ ବଢ଼େଇଥିଲେ ଅବିଭାବକ ଅଶ୍ଵିନୀ କଠାର, ମନୋଜ କୁମାର ମେହେର, ତପନ କୁମାର ପଟେଲ ଓ ରାମଦୟାଲ ତ୍ରିପାଠୀ ।
ସ୍କୁଲ ସମ୍ମୁଖ ରାସ୍ତା କଡରେ ବୃକ୍ଷ ରୋପଣ କରି ନିଆରା ଢଙ୍ଗ ରେ ଜନ୍ମଦିନ ପାଳନ କଲେ ସୋନୁ
