Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗଷ୍ଟ କ୍ରାନ୍ତି ସହ ବିଶ୍ଵ ଆଦିବାସୀ ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଆଦିବାସୀ ଭବନରେ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ଓ ନେହେରୁ ଯୁବ କେନ୍ଦ୍ର, ସମ୍ବଲପୁରର ମିଳିତ ଉଦ୍ୟମରେ ଆୟୋଜିତ ଅଗଷ୍ଟ କ୍ରାନ୍ତି ଦିବସ ଓ ବିଶ୍ଵ ଆଦି ଦିବସ କୁ ମିଳିତ ଭାବରେ ପାଳିତ ହୋଇଯାଇଛି। ପରିଷଦର ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ବୃନ୍ଦାବନ ମାଝିଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ଦଳିତ ନେତା ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଦିବାସୀ, ଦଳିତ ଓ ଅନଗ୍ରସର ବର୍ଗଙ୍କ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ଆଉ ଗୋଟିଏ କ୍ରାନ୍ତି ଆବଶ୍ୟକ ବୋଲି ଆହ୍ବାନ ଦେଇଥିଲେ। କୁଚିଣ୍ଡା ବ୍ଲକର ଅଧ୍ୟକ୍ଷ ତଥା ଆଦିବାସୀ ନେତା କରୁଣାକର କିଶାନ ଆଦିବାସୀ ନିଜର ଅସ୍ମିତା କୁ ବଜାୟ ରଖିବାକୁ ହେବ ବୋଲି ମତ ରଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆଦିବାସୀ କଲ୍ୟାଣ ପରିଷଦ ର ମନବୋଧ ପ୍ରଧାନ ଓକିସନ ସମାଜ ର ଗୁଡ଼ି ସଭାପତି ଭକ୍ତି କିଶାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ପ୍ରାରମ୍ଭରେ ନେହେରୁ ଯୁବକେନ୍ଦ୍ରର ସ୍ବେଚ୍ଛାସେବୀ ମୋନିକା ବେକ ଅଗଷ୍ଟ କ୍ରାନ୍ତି ଓ ଅନ୍ୟତମ ସ୍ବେଚ୍ଛାସେବୀ ରାଜେସ୍ୱରୀ କିସାନ ଆଦିବାସୀ ଦିବସର ମହାତ୍ମ୍ୟ ସଂପର୍କରେ ସୂଚନା ଦେଇଥିଲେ। ଶେଷରେ ପରିଷଦ ର କୋଷାଧ୍ୟକ୍ଷ ରସ୍ମିକାନ୍ତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।