Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେଣ୍ଟ ଜୋନ ସ୍କୁଲ ଠାରେ ସାମୁହିକ ଔଷଧ ସେବନର ଶୁଭାରମ୍ଭ କାର୍ଯ୍ୟକ୍ରମ

ସମ୍ବଲପୁର:ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡା ତରଫରୁ ଆଜି ଫାଇଲେରିଆ ନିରାକରଣ ଅଭିଯାନ ପାଇଁ ସାମୁହିକ ଔଷଧ ସେବନର ଶୁଭାରମ୍ଭ ସମାରୋହ ସେଣ୍ଟ ଜୋନ ସ୍କୁଲ ଠାରେ ଆୟୋଜିତ କରାଯାଇଥିଲା lଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଫାଇଲେରିଆ ନିରାକରଣ ପାଇଁ ଔଷଧ ସେବନ କରିବା ପାଇଁ ଉତ୍ସାହିତ କରିଥିଲେ l ସମାଜରେ ଫାଇଲେରିଆ ରୋଗ ଦିନକୁ ଦିନ ବଢ଼ୁଥିବାରୁ ଏହା ଦୂର କରିବା ପ୍ରତେକ ନାଗରିକର ସାମାଜିକ ଦାଇତ୍ଵ ଅଟେ ବୋଲି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ଅନିଲ କୁମାର କୁଜୁର ଫେଲେରିଆ ରୋଗ ଉପରେ ପ୍ରତ୍ୟେକ ଶିକ୍ଷକ ଛାତ୍ରଛାତ୍ରୀ ସଚେତନ ହେବାଆବଶ୍ୟକ ବୋଲି କହିଥିଲେ ପରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଫାଇଲେରିଆ ଔଷଧ ସେବନ କରିଥିଲେ l ଡାକ୍ତର ଦିଲୀପ କୁମାର ମୁଦୁଲି ,ସୋନାଲି ପ୍ରଧାନ ଗୌରାଙ୍ଗ ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଯେପରି କୌଣସି ପାର୍ଶ୍ଵପ୍ରତିକ୍ରିୟା ଦେଖା ନ ଯାଏ ସେଥିପ୍ରତି ସଜାଗ ଥିଲେ lଏହି କାର୍ଯ୍ୟକ୍ରମ କୁ ସସ୍ମିତା ପଟନାୟକ ପରିଚାଳନା କରିଥିବା ବେଳେ ଦିଲୀପ କୁମାର ନନ୍ଦ, ସୁପ୍ରଭାତ ସାହୁ ନିହାଲ ସିଂ ସହଯୋଗ କରିଥିଲେ।