Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁଗାଁରେ ନୂତନ ବିଡ଼ିଓଙ୍କ ଯୋଗଦାନ I

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଅଭିନାଶ ସେଠୀ ନୂତନ ବିଡ଼ିଓ ଭାବେ ଯୋଗ ଦେଇଛନ୍ତି।ଶ୍ରୀ ସେଠୀ ଏହା ପୂର୍ବରୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦଶରଥପୁର ଠାରେ ତହସିଲଦାର ଭାବେ କାର୍ଯ୍ୟରତ ଥିଲା ବେଳେ ଏଠାକାର ବିଡ଼ିଓ ଆକାଶ ପଟ୍ଟନାୟକ ଙ୍କୁ ଦଶରଥପୁର ବ୍ଲକକୁହିଁ ବଦଳି ହୋଇଥିବା ଜଣା ପଡିଛି।ଆଜି ଶ୍ରୀଯୁକ୍ତ ସେଠୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଠାରୁ ଦାୟିତ୍ବ ଗ୍ରହଣ କରି ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗଦେଇ ଥିବା ବେଳେ ତାଙ୍କୁ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଜାଇଛି।ଏଥି ସହ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଶ୍ମିତା ମେଲାକା,ବ୍ଳକ୍ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା,ଲଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକା ତାଙ୍କ କାର୍ଯ୍ୟାଳୟକୁ ଯାଇ ନୂତନ ବିଡ଼ିଓଙ୍କୁ ଶୁଭେଚ୍ଛା ଜଣାଇ ଥିବା ଜଣା ପଡ଼ିଛି।
ପୂର୍ବତନ ବିଡ଼ିଓ ଏଠାରେ ଅଳ୍ପ ଦିନ ମଧ୍ୟରେ ଜନ ସାଧାରଣଙ୍କ ଆସ୍ଥା ଭାଜନ ହୋଇ ସାଧାରଣ ଜନତାଙ୍କ ପ୍ରିୟପାତ୍ର ହୋଇ ଥିଲେ।ଯେକୌଣସି ସମସ୍ୟା ଉପରେ ଆଲୋଚନା କରିବାକୁ ସାଧାରଣ ଜନତାଙ୍କ ସହ ସାମିଲ ହୋଇ ସମସ୍ୟାର ସମାଧାନ ପାଇଁ ତତ୍ପରତା ଦେଖାଉଥିବା ନଜିର ରହିଥିଲା ବେଳେ ନୂତନ ବିଡ଼ିଓ ଶ୍ରୀ ସେଠୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ