Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବନ୍ୟାରେ ଭାଙ୍ଗିଲା ଶୈବପୀଠ ର ସୁରକ୍ଷା ପାଚେରୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ସୁନାରୀବେନୀ ସ୍ଥିତ ବାବା ସପ୍ନଶ୍ଵର ଶୈବପୀଠର ସୁରକ୍ଷା ପାଚେରୀ ବନ୍ୟାରେ ଭୁଷୁଡି ପଡ଼ିଥିବା ଦେଖିବାକୁ ମିଳିଛି ।‌ ଗତ ଲଗାଣ ବର୍ଷା ଯୋଗୁଁ ସୁରୁବାଲି ଯୋରରେ ବନ୍ୟା ପାଣି ମାଡି ଆସିଥିଲା । ଫଲରେ ଉକ୍ତ ମନ୍ଦିର ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ସୁରକ୍ଷା ବାଡ ଭୁଷୁଡି ପଡ଼ିଥିଲା । ଏହି ଶୈବପୀଠ ଯୋର ଖଣ୍ଡିରେ ଥିବା ବେଳେ ପାଖରେ ଥିବା ରୋଷେଇ ଗୃହ , ଭୋଗ ମଣ୍ଡପ ଓ ମନ୍ଦିର ପରିସର ବର୍ତ୍ତମାନ ବିପଦରେ ରହିଛି । ଉକ୍ତ ଶୈବପୀଠ ଟି ବୀରମହାରାଜପୁର ରେ ଥିବା ପ୍ରାଚୀନ ଶୈବପୀଠ ମଧ୍ୟରୁ ଅନ୍ୟତମ । ଭାଙ୍ଗି ଯାଇଥିବା ସୁରକ୍ଷା ବାଡର ପୁନଃ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।