ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଠାରେ ଶନିବାର ଅପରାହ୍ନ ସମୟରେ ସୌଚପାଇଁ ଯାଇଥିବା ଜଣେ ନାବାଳକ ସୁରୁବାଲି ଯୋଗ ର ପ୍ରଖର ସ୍ରୋତରେ ଭାସିଯାଉ ଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରା ଯାଇଥିଲା I ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟଚିକିତ୍ସାଲୟ ରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ଥିବା ରୁ ତୁରନ୍ତ ତାକୁ ବୁର୍ଲା ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସୁଚନାମତେ ସୁବଳୟା ଗ୍ରାମ କୁମ୍ଭାରପଡାର ଭିକାରି ମେହେରଙ୍କ ପୁତ୍ର ତନ୍ମୟ (୧୨) ସାଙ୍ଗ ମାନଙ୍କ ସହିତ ଖେଳୁଥିବା ବେଳେ କିଛି ସାଙ୍ଗ ଙ୍କ ସହିତ ସୁରୁବାଲି ଯୋର କୁ ସୌଚପାଇଁ ଯାଇଥିଲେ । ସୁରୁବାଲି ଯୋର ରେ ପାଣି ପ୍ରଖର ଥିବା ବେଳେ ପାଣିର ସ୍ରୋତରେ ପଡି ଭାସି ଯାଉଥିବା ଦେଖି ପାଖରେ ଥିବା ସାଙ୍ଗମାନେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ । କିଛି ଲୋକ ଚିତ୍କାର ଶୁଣି ବାଳକ କୁ ପାଣି ରୁ ଉଦ୍ଧାର କରିଥିଲେ । ବାଳକ କୁ ସଂଜ୍ଞାହିନ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିବା ବେଳେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ବୁର୍ଲା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି । ବାଳକ ଜଣକ ସଜ୍ଞାହିନ ଅବସ୍ଥାରେ ଥିବା ପରିବାର ଲୋକଙ୍କ ଠାରୁ ସୁଚନା ମିଳିଛି ।
ଶୌଚପାଇଁ ଯାଇଥିବା ନାବାଳକ ଜୋର ପାଣିର ପ୍ରଖର ସ୍ରୋତରୁ ଉଦ୍ଧାର ; ସଂଜ୍ଞାହୀନ ଥାଇ ଡାକ୍ତରଖାନା ରେ ଭର୍ତ୍ତି
