Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବଣ ବିଭାଗ ପକ୍ଷରୁ ହାତୀ ପ୍ରବଣ ଅଞ୍ଚଳରେ ସୋଲାର ଲାଇଟ୍ ପ୍ରଦାନ

ଜମନକିରା : ଜମନକିରା ବ୍ଲକ ଅଞ୍ଚଳ ଟି ହାତୀ ପ୍ରବଣ ଅଞ୍ଚଳ ଅଟେ। ଏହାକୁ ଆଖି ଆଗରେ ରଖି ବାମରା ଡିଭିଜନ ଅନ୍ତର୍ଗତ ଜମନକିରା ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ଆଜି ଟିକିଲିପଡ଼ା ଗ୍ରାମ ପଞ୍ଚାୟତ ଅଧିନସ୍ତ ବରଡିଆ ଗ୍ରାମରେ ୫୦ ଟି ପରିବାର କୁ ସୋଲାର ଲାଇଟ୍ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି ଟିକିଲିପଡ଼ା ପଂଚାୟତର ଅଧିକାଂଶ ଗ୍ରାମ ବଣ ପାହାଡ ଘେରା ଘଞ୍ଚ ଜଙ୍ଗଲ ପରିବେଷ୍ଠିତ ମଧ୍ୟରେ ଅବସ୍ଥିତ। ଅଧିକାଂଶ ସମୟରେ ଜଙ୍ଗଲି ହାତୀ ଗାଁକୁ ପଶି ଫସଲ ନଷ୍ଟ କରିବା ସଙ୍ଗେ ସଙ୍ଗେ ଜନ ସାଧାରଣଙ୍କୁ ମଧ୍ୟ ଆକ୍ରମଣ କରିବା ନଜିର ରହିଛି। ଘର ବାଡ଼ି ଭାଙ୍ଗି ନଷ୍ଟ କରିଦେଉଛନ୍ତି। ତେଣୁ ଜଙ୍ଗଲି ହାତୀ ଘଉଡ଼ାଇବା ପାଇଁ ଆଜି ରେଞ୍ଜର ଲକ୍ଷ୍ମନାରାୟଣ ନାୟକ, ସରପଞ୍ଚ ଅଜିତ ନାଏକ, ସମିତିସଭ୍ୟ ତଥା ଉପାଧକ୍ଷ ରୋହିତ ଭୋଇ ବନପାଲ ସୁନିତା ନାୟକ,ବନରକ୍ଷୀ ସୁଜାତା ପଟେଲ, ବିମଳ ମାଝୀ, ଲକ୍ଷ୍ମୀଧର ବିନ୍ଧାଣି ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସୋଲାର ଲାଇଟ୍ ପ୍ରଦାନ କରିଛନ୍ତି।