Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନିମାସ ହେବ ଅନ୍ଧାର ରେ କୁଳେରଗୁଡା ଗାଁ, ବାରମ୍ବାର ଅଭିଯୋଗ ପରେ ବି ଶୁଣୁ ନାହାଁନ୍ତି ବିଦ୍ୟୁତ ବିଭାଗ କର୍ମଚାରୀ, ଆନ୍ଦୋଳନ ପାଇଁ ଚେତାବନୀ।

କୋକସରା:୧୪/୦୮ କୋକସରା ବ୍ଲକ ଟେମରା ଗ୍ରାମ ପଞ୍ଚାୟତ କୁଳେରଗୁଡା ଗ୍ରାମରେ ଲାଗିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଆଜିକୁ ତିନିମାସ ହେବ ଅଚଳ ହୋଇ ପଡିଛି ,ବିଦ୍ୟୁତ ଉପଭୋକ୍ତା ମାନେ ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ ସମସ୍ୟା ର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉ ନାହାଁନ୍ତି ବିଭାଗୀୟ ଅଧିକାରୀ,ଫଳରେ ତିନିମାସ ଧରି ଅନ୍ଧାର ଓ ଅନେକ ଅସୁବିଧା ଦେଇ କୁଳେରଗୁଡା ଗ୍ରାମବାସୀ ରହିଛନ୍ତି। ବିଦ୍ୟୁତ ବିଭାଗ ଅଧିକାରୀ ନୂତନ ଟ୍ରାନ୍ସଫର୍ମର ସଂଯୋଗ ପାଇଁ ଗ୍ରାମବାସୀ ଙ୍କ ବକେୟା ଥିବା ବିଦ୍ୟୁତ ବିଲ ଦେବାକୁ ଚାପ ପ୍ରୟୋଗ କରିବା ପରେ ବିଦ୍ୟୁତ ଉପଭୋକ୍ତା ମାନେ ପ୍ରାୟ ୩୩ ହଜାର ଟଙ୍କା ସଂଗ୍ରହ କରି ବିଦ୍ୟୁତ ଦେୟ ପୈଠ କରିବା ସତ୍ତ୍ୱେ ମଧ୍ୟ ଆଜି କାଲି କହି ତିନିମାସ ଏହା ମଧ୍ୟରେ ଅତିବାହିତ ହୋଇଥିଲେ ମଧ୍ୟ ବିଦ୍ୟୁତ ଟ୍ରାନ୍ସଫର୍ମର ସଂଯୋଗ କରିବା ପାଇଁ ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ରବିବାର କୁଳେରଗୁଡା ଗ୍ରାମବାସୀ ମାନେ ଏନେଇ ଗ୍ରାମରେ ଏକ ବୈଠକ କରି ଆଗାମୀ ୧୫ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ନହେଲେ ଆନ୍ଦୋଳନ କରିବାକୁ ପୁର୍ବତନ ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ନାଏକ,ଲିଙ୍ଗରାଜ ଳଦୁଆ, କ୍ଷେତ୍ର ମୋହନ ବାଗ,ଈଶ୍ୱର ବେହେରା, ଯୁବରାଜ ଛାତ୍ରୀଆ,ନାରାୟଣ ରାଓ, କୈଳାସ ବେହେରା, ଚୌଧୁରୀ ଛାତ୍ରୀଆ,ସରସ୍ୱତୀ ପୁଝାରି, କିଆବତୀ ଛାତ୍ରୀଆ,ମଞ୍ଜୁଳତା ସାହୁ, ପୁବେ ପୁଝାରି,ଶ୍ୟାମ ପାଳି ଓ ଅନ୍ୟ ଗ୍ରାମବାସୀ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏନେଇ ଟାଟା ପାୱାର ର ସହକାରୀ ଯନ୍ତ୍ରୀ ଙ୍କ ପ୍ରତିକ୍ରିୟା ନେବାରୁ ଟ୍ରାନ୍ସଫର୍ମର ଷ୍ଟକ ନାହିଁ ମରାମତି ପାଇଁ ପଠାଯାଇଛି ଆସିଲେ ଦିଆଯିବ ବୋଳି କହିଛନ୍ତି, ତେବେ ଦୀର୍ଘ ୩ ମାସ ହେବ ବିନା ବିଦ୍ୟୁତ ରେ କେମିତି ଦୁର୍ଦ୍ଦଶା ଭୋଗୁଥିବେ ଗ୍ରାମବାସୀ ତାହା ବିଦ୍ୟୁତ ବିଭାଗ ହୃଦୟଙ୍ଗମ କରି ଶୀଘ୍ର ଟ୍ରାନ୍ସଫର୍ମର ଲଗାଇବା ପାଇଁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ