Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୋକସରା ନୂତନ ବସଷ୍ଟାଣ୍ଡ ଜାଗା ଚୂଡାନ୍ତ କରିବାକୁ ତହସିଲଦାର ଙ୍କୁ ଭେଟି ଦାବି କଲେ ଗ୍ରାମସଭା କମିଟି।

କୋକସରା:୧୪/୦୮ କୋକସରା ଗ୍ରାମସଭା କମିଟି ପକ୍ଷରୁ ସୋମବାର କୋକସରା ଠାରେ ହେବାକୁ ଥିବା ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ଚୂଡାନ୍ତ କରିବାକୁ ଦାବି ଉପସ୍ଥାପନ କଲେ ଗ୍ରାମସଭା କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀ ସମୁହ। ସୂଚନା ମତେ କୋକସରା ସଦର ମହକୁମା ଠାରେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଆସିଛି,ହେଲେ ସ୍ଥାନ ଚୟନ ନେଇ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜନ ବସତି ବାହାରେ ସ୍ଥାନ ଦିଆ ଯାଇଥିଲା। ଯାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ବିରୋଧ କରି ଗ୍ରାମସଭା କମିଟି କୋକସରା ପଞ୍ଚାୟତ ଅଧୀନରେ ଥିବା ଜାତୀୟ ରାଜପଥ କୋକସରା ଟାଉନ ମଧ୍ୟରେ ବସଷ୍ଟାଣ୍ଡ କରିବାକୁ ଦାବି କରି ଆସୁଛନ୍ତି। ଯାହାକୁ ନେଇ ଗତ ୧୨/୦୬/୨୩ ରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ,ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି ଙ୍କ ଉପସ୍ଥିତି ରେ ଗ୍ରାମସଭା ଗଠନ କରାଯାଇ କୋକସରା ସହର ମଧ୍ୟରେ ବସ ଷ୍ଟାଣ୍ଡ ନିର୍ମାଣ କରିବାକୁ ସର୍ଵ ସମ୍ମତି କ୍ରମେ ଚୂଡାନ୍ତ ହୋଇଥିଲା ଓ।ପରବର୍ତ୍ତୀ ସମୟରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଚୂଡାନ୍ତ ହୋଇଥିବା ସ୍ଥାନ ମପା ଯାଇଥିଲା। ହେଲେ ପରେ ସ୍ଥାନ କୁ ନେଇ କିଛି ଅନ୍ୟ କିଛି ବ୍ୟକ୍ତି ବିଶେଷ ଅଭିଯୋଗ କରିବା ପରେ ସୋମବାର ଗ୍ରାମସଭା ଓ କୋକସରା ଗ୍ରାମର ବୁଦ୍ଧିଜୀବୀ ମାନେ ତହସିଲଦାର ଙ୍କୁ ଭେଟି ପୁଣି ସ୍ଥାନ ଚୂଡାନ୍ତ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି। ତହସିଲଦାର ଏନେଇ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।ଏହି ସମୟରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ବିଜେଡି ଯୁବନେତା ମାନସ ରଞ୍ଜନ ବାଗ, ବିଜେଡି ବ୍ଲକ ସଭାପତି ଶୁସାନ୍ତ କୁମାର ବେହେରା ପୁରୁଷୋତ୍ତମ ଗୁପ୍ତା, ପର୍ଶୁରାମ ପ୍ରଧାନୀ, ତ୍ରିଭୁବନ ନାଏକ, ନନ୍ଦ କିଶୋର ଧରୁଆ, ଶ୍ରୀନିବାସ ପ୍ରଧାନୀ,ରାମଚନ୍ଦ୍ର ପାଣିଗ୍ରାହୀ, ମହେଶ ଗୁପ୍ତା, କ୍ଷୀରସିନ୍ଧୁ ନେଗି,ଲାଲାଟେନ୍ଦୁ ପ୍ରଧାନୀ,ମାନସ ପ୍ରଧାନୀ,ମାନସ ବେହେରା,ଗୁଣନିଧି ବାଗ, ଫୁଲତୋଳା ଖମାରି ଓ କୋକସରା ଗ୍ରାମର ଶତାଧିକ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।