ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ମାନଙ୍କରେ 77 ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି I ଏଥି ସହିତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ୟାଳୟ ମାନଙ୍କ ରେ ମଧ୍ୟ ସ୍ଵାଧୀନତା ଦିବସ ପାଳନ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିବା ଦେଖାଯାଇଛି l ସମସ୍ତ ବ୍ୟାଙ୍କ ପ୍ରତିଷ୍ଠାନ , ଡାକ ସେବା କାର୍ଯ୍ୟାଳୟ , ବରିଷ୍ଠ ନାଗରିକ କାର୍ଯ୍ୟାଳୟ , ଉପଖଣ୍ଡ ସାମ୍ବାଦିକ ସଂଘ , କୋର୍ଟ , କଚେରୀ , ଓକିଲ ଙ୍କ କାର୍ଯ୍ୟାଳୟ , ସମସ୍ତ ବେସରକାରୀ ଅନୁଷ୍ଠାନ ଆଦି ସ୍ଥାନ ମାନଙ୍କରେ ମଧ୍ୟ ଆଜିର ଦିବସରେ ତ୍ରିରଙ୍ଗା ଉଡିଥିଲା I ବ୍ଲକ ର ସଦର ବାଳକ ହାଇସ୍କୁଲ ରେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୁର୍ବକ ଅଭିବାଦନ ଗ୍ରହଣ କରିଥିଲେ l ବ୍ଲକ ଅନ୍ତର୍ଗତ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ଠିକ ସେହିପରି ସମସ୍ତ୍ ବିଦ୍ୟାଳୟ ମାନଙ୍କରେ ସ୍କୁଲ ର ପ୍ରଧାନ ଶିକ୍ଷକ ଜାତୀୟ ପତାକା ଉତ୍ତୋଳନ କରିଥିଲେ I
ଆଜି ବୀରମହାରାଜପୁର ର ବିଭିନ୍ନ ସ୍ଥାନରେ ସ୍ଵାଧୀନତା ଦିବସ ପାଳିତ
