Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାଧିନତା ଦିବସରେ କଂଗ୍ରେସ ଦେଖାଇଲା ସଂହତିର ନିଦର୍ଶନ

ସମ୍ବଲପୁର:ଭାରତ ସ୍ୱାଧିନତାର ୭୭ ତମ ସ୍ବାଧିନତା ଦିବସ ଅବସରରେ ଜିଲ୍ଲା କଂଗ୍ରେସ ଦେଖାଇଛି ନିଜର ବଳ ଓ ସଂହତିର ନିଦର୍ଶନ।ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ହେଉଥିବା ସତ୍ୱେ ଦୀର୍ଘ ଦିନର ସରକାର ନିଜର ମୌଳିକ ଦାୟିତ୍ୱ ନିର୍ବାହ କରି ପାରି ନାହାଁନ୍ତି।ବରଂ ଦିନକୁ ଦିନ ଗଣତନ୍ତ୍ର ନଷ୍ଟ ହେଉଥିବା ବେଳ ଗଣତନ୍ତ୍ରକୁ ସମ୍ଭାଳିବା ସମସ୍ତଙ୍କ ଦାୟିତ୍ୱ ଓ ରାଷ୍ଟ୍ର ଭକ୍ତି ପ୍ରତି ସାର୍ବଭୌମ୍ୟ ରାଷ୍ଟ୍ରର ପ୍ରତ୍ୟେକ ନାଗରୀକଙ୍କ ଦାୟିତ୍ୱ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ୭୭ ତମ ସ୍ୱାଧିନତା ଦିବସରେ ବାର୍ତ୍ତା ଦିଆଯାଇଛି। ସଭାପତି ଆସଫ୍ ଅଲ୍ଲୀ ଖାଁ ପତାକା ଉତ୍ତୋଳନ କରି ରାଷ୍ଟ୍ରଗାନ ହେଲା ପରେ ତାଙ୍କର ଅଭିଭାଷଣରେ ୧ହଜାରରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କୁ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇ ଭାରତ ମାତାକୁ ଇଂରେଜ ମାନଙ୍କର ଗୁଲମିରୁ ମୁକ୍ତି କରାଇ ଥିବା ମହାତ୍ମା ଗାନ୍ଧିଙ୍କ ସହ ବରପୁତ୍ର ମାନଙ୍କ ବଳିଦାନକୁ ସ୍ମରଣ କରାଇଥିଲେ। ବର ପୁତ୍ର ମାନଙ୍କର ସ୍ବପ୍ନ ଅଧୁରା ରହିଥିବା ସୂଚାଇ କହିଥିଲେ ଯେ ବର୍ତ୍ତମାନ ମଧ୍ୟ ୪୦ ପ୍ରତିଶତ ଲୋକଙ୍କୁ ଶିକ୍ଷା ୭୦ ପ୍ରତିଶତ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଓ ଯୁବ ସମାଜକୁ ରୋଜଗାର ନାହିଁ ।ସମସ୍ତଙ୍କୁ ଶିକ୍ଷା,ସ୍ବାସ୍ଥ୍ୟ ସେବା ଏବଂ ରୋଜଗାରର ଲକ୍ଷ୍ୟକୁ ପୁରଣ କରାଇଲେ ହିଁ ପ୍ରକୃତରେ ଆମେ ସ୍ୱାଧୀନ ବୋଲି ମନେ କରି ପାରିବା ବୋଲି କଂଗ୍ରେସ ସଭାପତି ଆସଫ ଅଲ୍ଲି ଖାଁ ଦୃଢୋକ୍ତି ବାଢିଥିଲେ।ଅପାରଗ ବିଜେଡି,ବିଜେପି ସରକାର କବଳରୁ ଓଡ଼ିଶା ଏବଂ ଦେଶକୁ ମୁକ୍ତି କରିବା ପାଇଁ ପ୍ରସ୍ତୁତି ହେବାକୁ ସେ ଆହ୍ଵାନ ଦେଇଥିଲେ। ପତାକା ଉତ୍ତୋଳନ ପରେ ଏକ ବିଶାଳ ସଦ୍ଭାଵନ ଯାତ୍ରା ହିନ୍ଦୁ,ମୁସଲିମ, ଶିଖ ଇସାୟୀ ଧର୍ମଗୁରୁ ମାନଙ୍କର ନେତୃତ୍ୱ ରେ ସମ୍ବଲପୁର ନଗର ପରିକ୍ରମା କରି ଜେଲ୍ ଛକରେ ସ୍ଥାପିତ ମହାତ୍ମା ଗାନ୍ଧୀଜୀ , ବୀର ସୁରେନ୍ଦ୍ର ସାଏ ଓ ଜିଲ୍ଲା ସ୍କୁଲ ଛକରେ ଏପିଜେ ଅବଦୁଲ କାଲାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କଂଗ୍ରେସ କାର୍ଯ୍ୟାଳୟ କୁ ଫେରି ଯାଇଥିଲେ। ଏହି ସଦ୍ଭାବନା ଯାତ୍ରାରେ ଏକ ହଜାରରୁ ଉର୍ଦ୍ଧ୍ୱ ମହିଳା,ଯୁବ,ଛାତ୍ର,ସଂଖ୍ୟାଲଘୁ ଓ ଆଦିବାସୀ ହରିଜନ ସେଲ ସହିତ ସେବା ଦଳର କର୍ମୀ ମାନେ ଯୋଗ ଦେଇ ଥିଲେ।ଭାରତ ସ୍ୱାଧିନତାର ୭୭ ତମ ଦିବସରେ କଂଗ୍ରେସର ସକରାତ୍ମକ ଦିଗକୁ ନେଇ ସ୍ୱାଧିନତା ଦିବସ ପାଳନକୁ ନେଇ ସମଗ୍ର ଜିଲ୍ଲାରେ ଏକ ନୂଆଁ ଚର୍ଚା ଆରମ୍ଭ ହୋଇଛି।