ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ବାଧୀନତା ଦିବସ ପାଳନ


ସମ୍ବଲପୁର:ସ୍ଥାନୀୟ ମୁଦିପଡ଼ା ସ୍ଥିତ ହାଉସିଂ ବୋର୍ଡ଼ କଲୋନୀ ଠାରେ ଥିବସ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି | ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ସୁଶ୍ରୀ ପ୍ରତିଭାରାଣୀ ବେହେରା ମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ସଂସ୍କୃତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ |ଏହାପରେ ସାମୂହିକ ଜାତୀୟ ସଂଗୀତ ଗାନ କରା ଯାଇଥିଲା | ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ହରି ଶଙ୍କର ମିଶ୍ର ଏବଂ ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ହରିହର ପାଢ଼ୀ ଯୋଗଦାନ କରିଥିଲେ |
ଉପସ୍ଥିତ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ସହରର ବହୁ ଗଣ୍ୟମାନ୍ୟ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ଯୋଗଦାନ କରିଥିଲେ।ଉପସ୍ଥିତ ସମସ୍ତଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବହିଦାର୍ ପଞ୍ଚପ୍ରଣ ଶପଥ ପାଠ କରାଇଥିଲେ |
ଶିକ୍ଷୟିତ୍ରୀ ବନ୍ଦନା ମଲ୍ଲିକଙ୍କ ପରିଚାଳନାରେ ଶିବାଂଶିକା ବେହେରା, ସିଦ୍ଧି ପୋଢ଼, ରୀୟା ବୁଡ଼େକ, ସାଇଶ୍ରୀ ଜେନା ପ୍ରମୁଖ ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ପ୍ରାତଃ କାଳରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଧାଡ଼ି ବାନ୍ଧି, ସମସ୍ତେ ହାତରେ ଜାତୀୟ ପତାକା ଧରି ପ୍ରଭାତ ଫେରିରେ ସାହିର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ | ଭାରତମାତା ଏବଂ ମୁକ୍ତି ସଂଗ୍ରାମୀ ବରପୁତ୍ର ମାନଙ୍କ ଜୟ ଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା | ଶିକ୍ଷୟିତ୍ରୀ ଅନୀତା ପଟେଲ, ରିଙ୍କି ପଟେଲ ଏବଂ ଗୀତା ପୋଢ଼ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ହିମାଳୟା ମହଲା ଧନ୍ୟବାଦ ଅର୍ପଣ କରିଥିଲେ।