Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃଷ୍ଣ ଜନ୍ମଭୂମି ନିକଟରେ ଭଙ୍ଗାରୁଜା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ରେଲଓ୍ଵେ ଓ ୟୁପି ସରକାରଙ୍କୁ ନୋଟିସ୍

ନୂଆଦିଲ୍ଲୀ: ମଥୁରାରେ କୃଷ୍ଣ ଜନ୍ମସ୍ଥାନ ମନ୍ଦିରର ପଛ ପାର୍ଶ୍ଵରେ ଭଙ୍ଗାରୁଜା ଉପରେ ରୋକ୍ ଲଗାଇ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ଏଠାରେ ରେଲଓ୍ଵେ ପକ୍ଷରୁ ବେଆଇନ ବସ୍ତି ଉଚ୍ଛେଦ କାମ ଚାଲିଥିଲା। ରେଲଓ୍ଵେର ଏହି କାର୍ଯ୍ୟାନୁଷ୍ଠାନରେ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଘର ଭଙ୍ଗା ସରିଛି। ବୁଧବାର ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ ରେଲଓ୍ଵେର କାର୍ଯ୍ୟାନୁଷ୍ଠାନ ଉପରେ ୧୦ ଦିନ ରୋକ୍ ଲଗାଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ୭ ଦିନ ପରେ ନିର୍ଦ୍ଧାରିତ କରିଛନ୍ତି। ମାମଲାରେ ସୁପ୍ରିମକୋର୍ଟ ରେଲଓ୍ଵେ ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।

ବୁଧବାର ଉଚ୍ଚତମ ନ୍ୟାୟାଳୟର ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଆବେଦନକାରୀ ପକ୍ଷରୁ ନିବେଦନ କରାଯାଇଥିଲା ଯେ, ରେଲଓ୍ଵେ ଜବର ଦଖଲ ପାଇଁ ୧୦୦ରୁ ଅଧିକ ଘର ଉପରେ ବୁଲଡୋଜର ଚଲାଇ ସାରିଛି। ଏହି କାର୍ଯ୍ୟାନୁଷ୍ଠାନ ଉପରେ ତୁରନ୍ତ ରୋକ୍ ଲାଗିବା ଉଚିତ୍। ପକ୍ଷଙ୍କ ତର୍କ ଶୁଣିବା ପରେ ସୁପ୍ରିମକୋର୍ଟ ରେଲଓ୍ଵେର ଏହି ପଦକ୍ଷେପ ଉପରେ ୧୦ ଦିନ ରୋକ୍ ଲଗାଇଛନ୍ତି। ମାମଲାରେ ୭ ଦିନ ପରେ ପୁଣି ଥରେ ଶୁଣାଣି କରାଯିବ। ସେହି ଦିନ ସୁପ୍ରିମକୋର୍ଟ ସରକାରୀ ପକ୍ଷଙ୍କୁ ଶୁଣିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ