Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ୭୭ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଭୋଇରମୁଣ୍ଡା ଠାରେ ଗଜାନନ ଯୁବକ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ସ୍ୱାଧୀନତା ଦିବସ ଉତ୍ସବରେ କର୍ଲାମୁଣ୍ଡା ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା ମୁଖ୍ୟଅତିଥି, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଅଜିତ କୁମାର ସାହୁ ବିଶିଷ୍ଟ ଅତିଥି, ଅମର ଡିଗ୍ରୀ କଲେଜ କୁସୁର୍ଲା ଅଧ୍ୟାପକ ରବୀନ ନନ୍ଦ ମୁଖ୍ୟବକ୍ତା, ନାଏବ ସରପଞ୍ଚ ସନ୍ଦ୍ୟାରାଣୀ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଯୁବ ସଂଗଠକ ଦେବେନ୍ଦ୍ର କୁମାର ସଂଯୋଜନା କରିଥିଲେ l ସହ ସମ୍ପାଦକ ଜଳନ୍ଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସଂଘ ସଭାପତି ଗିରିଧାରୀ ସାହୁ ସଭାପତିତ୍ୱ କରିଥିଲେ l ଏହିଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସେହିପରି ବ୍ଲକସ୍ତରୀୟ ଉତ୍ସବରେ ଅଧ୍ୟକ୍ଷl କୁନି ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପବିତ୍ର ମୋହନ ପାଶା , ଖେଳ ଶିକ୍ଷକ ବେଣୁଧର ନାଗ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା।ତେବେ ତହସିଲ ଅଫିସରେ ତହସିଲଦାର ମିଳନ ଝାଙ୍କର, ରିଷିଡା ପଂଚାୟତରେ ସେବତୀ ରଣା, ଆଇସିଡିଏସ ରେ ସିଡିପିଓ ଗିରିଜା ଗୁଡୁଲା, ସ୍ୱାଭିମାନ ମଞ୍ଚରେ ସଭାପତି ଲଛମନ ଭୋଇ, ଜ୍ୟୋତି ବିକାଶରେ ଫକୀର ଚରଣ ସାହୁ,ରିଂଜା ଠାରେ ସରପଞ୍ଚ ପଞ୍ଚାନନ ବାଗ,ସରଗୁଲ ମାଲପଡା ପଂଚାୟତ ରେ ସରପଞ୍ଚ ବରୁଣ ଛତ୍ରୀଆ ପତାକା ଉତ୍ତୋଳନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ