Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଫୁଲା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହିଳା ସମାବେଶ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଉକ୍ତ ପଞ୍ଚାୟତ ସରପଞ୍ଚ ଶ୍ରୀୟା କର୍ମୀଙ୍କ ପୌରହିତ୍ୟ କ୍ରମେ ପୂର୍ବତନ ଜୁଭେନାଇଲ ଜଷ୍ଟିସ ବୋର୍ଡ ସଭ୍ୟା ମଂଜୁଲତା ବାବୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ’ ମୋ ଉଫୁଲା ସଶକ୍ତି ମହିଳା’ ଶୀର୍ଷକ ବିଷୟ ବସ୍ତୁ ଉପରେ ଆଲଚନା କରିଥିଲେ । ଏମବିକେ ପଦ୍ମାଳୟା ନନ୍ଦ ମହିଳାଙ୍କ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ , ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ କାର୍ଯ୍ୟକର୍ତ୍ତା ସଭ୍ୟା ଯୋଗଦେଇ ଥିବାବେଳେ ଗର୍ଭବତୀ , ପ୍ରସୂତି , କିଶୋରୀ ଙ୍କ ପୁଷ୍ଟି ଅଭାବ , ରକ୍ତହୀନତା ଦୂରୀକରଣ , ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଗଠନ ଉପରେ ମୁଖ୍ୟ ଅତିଥି କହିଥିଲେ । ସ୍ଵାସ୍ଥ୍ୟ, ସମାଜ କଲ୍ୟାଣ ତଥା ମହିଳା ଶିଶୁ କଲ୍ୟାଣ ସ୍ଥାୟୀ କମିଟି ସଭ୍ୟା ମୀନତି ଭୋଇ , ଶିବାନୀ ସାହୁ ଯୋଗଦେଇ ମହିଳା ଅଧିକାର ଉପରେ ଆଲୋକପାତ କରିଥିଲେ। ଶେଷରେ ସଭ୍ୟା ବିମଳା ଶଙ୍ଖୁଆ ଧନ୍ୟବାଦ ଅର୍ପଣ କରିଥିଲେ l