Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଏଜି ରିପୋର୍ଟକୁ ଖାରଜ କଲେ ଗଡ଼କରୀ, କହିଲେ-ଦ୍ଵାରକା ଏକ୍ସପ୍ରେସଓ୍ଵେରେ ଘୋଟାଲା ହୋଇନି

ନୂଆଦିଲ୍ଲୀ: ଦ୍ଵାରକା ଏକ୍ସପ୍ରେସଓ୍ଵେ ଉପରେ ସିଏଜି ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠିଛି। ଏହାକୁ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରଥମ ଥର ଜବାବ ଦେଇଛନ୍ତି। ସିଏଜି ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ଗଡ଼କରୀ କହିଛନ୍ତି ଦ୍ଵାରକା ଏକ୍ସପ୍ରେସଓ୍ଵେରେ କୌଣସି ଘୋଟାଲା ହୋଇ ନାହିଁ। ଓଲଟା ଦ୍ଵାରକା ଏକ୍ସପ୍ରେସଓ୍ଵେରେ ୧୨ ପ୍ରତିଶତ ଅର୍ଥ ବଞ୍ଚିଛି। ଅଗଷ୍ଟ ୧୦ରେ ସଂସଦରେ ଉପସ୍ଥାଡିତ ସିଏଜି ରିପୋର୍ଟରେ କୁହାଯାଇଥିଲା ଯେ, ଦ୍ଵାରକା ଏକ୍ସପ୍ରେସଓ୍ଵେରେ ନିର୍ଦ୍ଧାରିତ ବଜେଟଠୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି। ଏହାକୁ ନେଇ ବିରୋଧୀ ସରକାରଙ୍କ ଉପରେ ପ୍ରଶ୍ନ କରିଛନ୍ତି।

ଏହି ରିପୋର୍ଟ ଉପରେ ଗଡ଼କରୀ କହିଛନ୍ତି ଯେ, ରିପୋର୍ଟର ଆକଳନ ସଠିକ୍ ନୁହେଁ। ଦ୍ଵାରକା ଏକ୍ସପ୍ରେସଓ୍ଵେ ହେଉଛି ୨୯ କିମି। ଆମେ ଯେଉଁ କ୍ୟାବିନେଟ୍ ନୋଟ୍ ପଠାଇଥିଲୁ ସେଥିରେ ୫ ହଜାର କିମି ଦୁଇ ଲେନ କରାଯିବ ଏବଂ ଏଥିରେ ୯୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଉଲ୍ଲେଖ ରହିଛି। ଏଥିରେ ଫ୍ଲାଇଓଭର ଓ ରିଙ୍ଗରୋଡର ମୂଲ୍ୟ ଏଷ୍ଟିମେଟ୍ ଡିପିଆର ହେବା ପରେ ନିର୍ଦ୍ଧାରିତ ହେବ ବୋଲି କୁହାଯାଇଥିଲା। ସମସ୍ୟା ଏହା ଯେ, ଯାହାକୁ ସେମାନେ ୨୯ କିମି କହୁଛନ୍ତି ତାହା ୨୩୦ କିମି। ଏଥିରେ ମୋଟ୍ ୬ଟି ଟନେଲ ଓ ୫୬୩ କିମି ଲେନ ରୋଡ୍ ରହିଛି। ଯେଉଁ ଟେଣ୍ଡର ବାହାର କରାଗଲା ତାହା କିଲୋମିଟର ପିଛା ୨୦୬ କୋଟି ଟଙ୍କା ରହିଥିଲା। ଏହି ପ୍ରକଳ୍ପରେ ୧୨ ପ୍ରତିଶତ କମ ଖର୍ଚ୍ଚ ହୋଇଥିବା ଗଡ଼କରୀ କହିଛନ୍ତି।