Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୧ ଶହ କିଲୋ ଗଞ୍ଜେଇ ସହ ଟ୍ରକ ଜବତ ଜଣେ ଗିରଫଶ୍ରୀକାକୁଲମ ରୁ ଗୌହାଟି ହେଉଥିଲା ଚାଲାଣ l

ଗୋପାଳପୁର ,୧୯/୦୮ ଗୋଳନ୍ଥରା ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ଗୌହାଟିକୁ ଚାଲାଣ ହେଉଥିବା ଏକ ଗଞ୍ଜେଇ ବୋଝଇ ଟ୍ରକକୁ ଜବତ କରିବା ସହ ସେଥିରୁ ୧୧ଶହ ୮ କିଲୋ ଗଞ୍ଜେଇ ଜବତ କରି ଚାଳକକୁ ଅଟକ ରଖି ଥିବା ପୋଲିସ ସୂଚନା ଦେଇଛି l ଚାଳକ ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ହରିଅଙ୍କ ଗ୍ରାମର ସୁଶାନ୍ତ କୁମାର ମହାନ୍ତି ବୋଲି ଜଣାପଡିଛି l ପ୍ରାପ୍ତ ସୂଚନା ଅନୁଯାଇ,ଶନିବାର ସକାଳ ସାଢେ ୧୧ଟା ସମୟ ରେ ଗୋଳନ୍ଥରା ଥାନା ଏସଆଇ ସ୍ମିତା ଜେନା ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ସୋରଳ ଜଙ୍ଗସନ ନିକଟରେ ଗାଡି ମୋଟର ତନଖି କରୁଥିବା ବେଳେ ଆନ୍ଧ୍ର ପଟୁ ( ଓଡି0୨ଏଟି -୫୯୪୫) ଏକ ଟ୍ରକ ସନ୍ଦେହ ଜନକ ଭାବେ ଆସି ପାର୍କିଙ୍ଗ କରିଥିଲା l ପୋଲିସ ଉକ୍ତ ଟ୍ରକ ନିକଟକୁ ଯାଇ ଯାଞ୍ଚ କରିବା ସମୟରେ ସେଥିରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ l ଖବର ପାଇ ପ୍ରୋବେଶନ ଆଇପିଏସ ଅଙ୍କିତ କୁମାର ବର୍ମା, ଇନ୍ସପେଟର ବିବେକାନନ୍ଦ ମହନ୍ତ ପ୍ରମୁଖ ପହଁଚି ଟ୍ରକ ଓ ଚାଳକକୁ କାବୁ କରି ଥାନାକୁ ଆଣିଥିଲେ l କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥିଙ୍କ ଉପସ୍ଥିତରେ ଯାଞ୍ଚ କରାଯାଇ ୧୧ଶହ ୮ କିଲୋ ଗଞ୍ଜେଇ ଜବତ କରାଯାଇଥିଲା l ପୋଲିସ ଏନେଇ ଥାନା କେଶ ନଂ ୪୦୩/୨୩ ପ୍ରକାରେ ମାମଲା ରୁଜୁ କରିଥିବା ବେଳେ ଉକ୍ତ ଘଟଣାରେ ଅନ୍ୟ କେଉଁ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ସହ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କିଛି ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି lଖୁବଶୀଘ୍ର ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ