ତିନି ଦିନ ଧରି ଚାଲିଥିବା ଦୀର୍ଘସ୍ଥାୟୀ ବିକାଶ ସ୍ଥାନିୟ କରଣ ତାଲିମ ଶିବିର ଉଦଯାପିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଗତ ତିନି ଦିନ ଧରି ଚାଲିଥିବା ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ’ ସମ୍ପର୍କିତ ତାଲିମ ଶିବିର ଶନିବାର ଉଦଯାପିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏଥିରେ ଦାରିଦ୍ର୍ୟମୁକ୍ତ ଓ ଉନ୍ନତ ଜୀବିକାଯୁକ୍ତ ଗ୍ରାମ ପଞ୍ଚାୟତ ଗଠନ ସକାଶେ ତାଲିମ ପ୍ରଦାନ କରାଯାଇଥିଲା । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି , କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏମବିକେ , ସିଆରପି ମାନେ ତାଲିମ ଗ୍ରହଣ କରିଥିଲେ । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ ବାଗ ଶିବିର ପରିଚାଳନା କରିଥିଲେ । ଉକ୍ତ ତାଲିମ ଶିବିର ର ପ୍ରଥମ ଦିବସରେ ଉଫୁଲା , ବାଗବର , ଖଣ୍ଡହତା , କେନଝିରିଆପାଲି ଓ ଦୁର୍ଜନତୈଲା ପଞ୍ଚାୟତ ର ସରପଞ୍ଚ , ସମିତିସଭ୍ୟ , କାର୍ଯ୍ୟନିର୍ବାହୀ ଅଧିକାରୀ , ବିଭିନ୍ନ ବିଭାଗର ଅଧିକାରୀ , ଏମବିକେ , ସିଆରପି , ବ୍ୟାଙ୍କ ମିତ୍ରମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିବା ବେଳେ ଦ୍ବିତୀୟ ଦିବସରେ ଜଟେସିଂହା , କମିରା , ଚମ୍ପାମାଳ , ହିଲୁଙ୍ଗ ଓ ମୁର୍ଷୁଣ୍ଢି ପଞ୍ଚାୟତ ର ପ୍ରତିନିଧି ଙ୍କୁ ତାଲିମ ଦିଆଯାଇଥିଲା। ଠିକ ସେହିପରି ଅନ୍ତିମ ଦିବସରେ ଲୁତୁରପଙ୍କ , ବହଳପଦର , ପିତାମହୁଲ , ସଂଗ୍ରାମପୁର ଓ ସୁବଳୟା ପଞ୍ଚାୟତର ପ୍ରତିନିଧିଙ୍କୁ ତାଲିମ ଦିଆଯାଇଥିଲା ।