Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାଜ ସୁଧାରକ ନାରାୟଣ ଗୁରୁଙ୍କ ଜନ୍ମ ଜୟନ୍ତୀ

ସମ୍ବଲପୁର ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ସମାଜ ସୁଧାରକ ନାରାୟଣ ଗୁରୁଙ୍କ ୧୬୭ ତମ ଜୟନ୍ତୀ ପାଳନ କରାଯାଇଛି । ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ମୂଖ୍ୟ ଅତିଥି ଭାବରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ମୁରଲିଧର ନାୟକ, ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏସଟି ଏସସି କର୍ମଚାରୀ ସଂଘ ର ଉପସଭାପତି ଶିବଶଙ୍କର ପଧାନ , ମୁଖ୍ୟ ବକ୍ତା ଭାବରେ ସରକାରୀ ଓକିଲ ଜୟକୃଷ୍ଣ ବେହେରା ପ୍ରମୁଖ ଯୋଗଦାନ କରି ସମାଜ ସୁଧାରକ ନାରାୟଣ ଗୁରୁଙ୍କ ଜୀବନୀ ଓ ନିତି ଆଦର୍ଶ ଉପରେ ଆଳୋଚନା କରି ସମାଜ ସୁଧାର ଉପରେ ଥିବା ମହତ ଅବଦାନ ନେଇ ସ୍ମୂତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ମହାସଚିବ ମୋମିନା ଖାତୁନ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଜିଲ୍ଲା ଆବାହକ ଆଶିଷ ମହାନନ୍ଦ , ବଳରାମ ଭୋଇ,ରିଜୱ।ନ ଅହମ୍ମଦ, ପିଙ୍କି ଲୁହା, ଅମୁଲ୍ୟ ବିଶିଙ୍କ ସମେତ ସବୁ ସଭ୍ୟ ସଭ୍ୟା ଉପସ୍ଥିତ ରହି ଏହାକୁ ପରିଚାଳନା ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ