Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂସର:ନିଖୋଜ ଯୁବକର ଶବ ଉଦ୍ଧାର

ସମ୍ବଲପୁର:ଗତ କାଲି ଅପରାହ୍ନରେ ବନ୍ଧକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ଯୁବକର ମୃତ ଦେହ ଆଜି ମିଳିଛି।ମିଳିଥିବା ସୂଚନା ଅନୁସାରେ ଯୁଯୋମୁରା ବ୍ଲକ୍ କଂସର ପଞ୍ଚାୟତର କଂସର ଖ୍ରୀଷ୍ଟିଆନ୍ ପଡାର ୨୬ ବର୍ଷିୟ ରସାଲ କାଣ୍ଡୁଲନା ଗତକାଲି ସାଢେ ୧୨ ଟାରେ ସ୍ଥାନୀୟ ବନ୍ଧକୁ ଗାଧୋଇବାକୁ ଯାଇ ଘରକୁ ଫେରିନଥିଲେ। ଏ ସଂପର୍କରେ ପରିବାର ଲୋକ ଯୁଯୋମୁରା ଥାନାରେ ଖବର ଦେବା ପରେ ସ୍ଥାନୀୟ ସରପଞ୍ଚ୍ ଦିବାକର ବେହେରାଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ ରାତି ୧୦ ଟାଏ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନପାଇବାରୁ ଆଜି ସକାଳୁ ପୁଣି ଖୋଜାଖୋଜି କରି ବନ୍ଧ ଭିତରେ ବୁଡି ରହିଥିବା କାଣ୍ଡୁଲନାଙ୍କ ମୃତ ଦେହକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି।ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିବା କହି ମୃତ୍ୟୁ କାରଣ ନେଇ ତଦନ୍ତ କରିବା ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ