Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁଖାଇ ପାଇଁ ଦୁଇ ଦିନ ସରକାରି ଛୁଟି ଓ ସେପ୍ଟେମ୍ବର ୨୧ ରେ ଥିବା ସଂସ୍କୃତ ଶିକ୍ଷକ ପରୀକ୍ଷା ଘୁଞ୍ଚେଇବା ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ଦାବି କଲା ପଶ୍ଚିମାଞ୍ଚଲ ଏକତା ମଞ୍ଚ

ସମ୍ବଲପୁର:ଆସନ୍ତା ସେପ୍ଟେମ୍ବର ୨୦ ରେ ପାଳନ ହେଵାକୁ ଯାଉଛି ପଶ୍ଚିମାଞ୍ଚଳ ର ମହାନ୍ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାରି କ୍ୟାଲେଣ୍ଡର ରେ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି । ଗତ ବର୍ଷ ବହୁ ବାଦବିବାଦ ପରେ ସମ୍ବଲପୁର ଓ ବରଗଡ ଜିଲ୍ଲା ରେ ନୂଆଁଖାଇ ର ପରବର୍ତ୍ତୀ ଦିନ ଟି କୁ ଛୁଟି ଘୋଷଣା କରାଯାଇଥିଲା ।
ପଶ୍ଚିମାଞ୍ଚଳର ବହୁ ଲୋକ ରୋଜଗାର ପାଇଁ ଓ ତତ୍ ସଙ୍ଗେ ସାଙ୍ଗେ ହଜାର ହଜାର ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ର ତଥା ଦେଶର ବିଭିନ୍ନ ସ୍ଥାନରେ ରୁହନ୍ତି । ନୂଆଁଖାଇ ପାଇଁ ସମସ୍ତେ ନିଜ ନିଜ ଘର କୁ ଆସି ସପରିବାର ନବାନ୍ନ ଭକ୍ଷଣ କରନ୍ତି । ଯେହେତୁ ନୂଆଁଖାଇ ର ପୂର୍ବଦିନ ଶ୍ରୀଗଣେଶ ପୂଜା ରୁହେ ତେଣୁ ଘରକୁ ଆସିବାର କୌଣସି ଅସୁବିଧା ହୁଏ ନାହିଁ କିନ୍ତୁ ନୂଆଁଖାଇ ପଲନ କରି ଦୂର ଦୁରନ୍ତ କୁ ଫେରିବା ଯିବା ପାଇଁ କମସେକମ୍ ଗୋଟିଏ ଦିନ ଛୁଟି ର ଆବଶ୍ୟକତା ରହୁଛି ।
ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ସମୟରେ ନୂଆଁଖାଇ ପରବର୍ତ୍ତୀ ଦିନ ରଜ୍ୟ ସରକାରଙ୍କର କୌଣସି ନା କୌଣସି ଶିକ୍ଷାନୁଷ୍ଠନଗୁଡ଼ିକ ରେ ପରୀକ୍ଷା କିମ୍ୱା ସରକାରୀ ନିଯୁକ୍ତ ପରୀକ୍ଷା ର ସୂଚୀ ରହିଥିବାର ପରିଲକ୍ଷିତ ହେଇଛି । ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ଙ୍କ ପକ୍ଷରୁ ହେଉଥିବା ଶିକ୍ଷକ ନିଯୁକ୍ତ ପରୀକ୍ଷା ର ସଂସ୍କୃତ ଶିକ୍ଷକ ନିଯୁକ୍ତ ର ପରୀକ୍ଷା ରହିଛି । ତେଣୁ ନୂଆଁଖାଇ ସାରିବା ପରେ ଠିକ୍ ତା ପରବର୍ତ୍ତୀ ନିଜ ଦୂର୍ ଦୁରାନ୍ତରେ ରହିଥିବା ପରୀକ୍ଷା କେନ୍ଦ୍ର କୁ ପହଞ୍ଚି ପରୀକ୍ଷା ଦେବା ସମ୍ଭବପର ନୁହେଁ ।
ଏଣୁ ଏହି ସମସ୍ୟା କୁ ଆଖି ଆଗରେ ରଖି ଆଜି ଅଞ୍ଚଳର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କୁ ସାକ୍ଷାତ୍ କରି ଦୁଇ ଦଫା ଦାବିପତ୍ର ପ୍ରଦାନ କରିଛି ।
ଦାବୀ ପତ୍ରରେ ନୂଆଁଖାଇ ପରବର୍ତ୍ତୀ ଦିନକୁ ମଧ୍ଯ ରାଜ୍ୟ ବ୍ୟାପୀ ସରକାରି ଛୁଟି ଭାବରେ ଘୋଷଣା କରାଯାଉ ଓ ନୂଆଁଖାଇ ପରବର୍ତ୍ତୀ ଦିନ ରହିଥିବା ସଂସ୍କୃତ ଶିକ୍ଷକ ପରୀକ୍ଷା ର ସୂଚୀ କୁ ପରିବର୍ତ୍ତନ କରାଯାଉ ।
ଆଜି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ରେ ଆଲୋଚନା କରି ମଞ୍ଚ ର ସଦସ୍ୟ ସଦସ୍ୟା ମାନେ ଦାବିପତ୍ର ପ୍ରଦାନ କରିଥିଲେ ।
ମଞ୍ଚର ସଂଯୋଜିକା ଶ୍ରୀମତୀ ପଙ୍କଜିନି ମେହେର ଙ୍କ ନେତୃତ୍ବରେ ରେ ହୋଇଥିବା ଆଜିର କାର୍ଯ୍ୟକ୍ରମ ରେ ଝୁନୁ ତ୍ରିପାଠୀ, ସୁଜାତା ଗୁରୁ, ଶ୍ୱତିକା ନୟକ୍, ତୃପ୍ତିମୟୀ ପଣ୍ଡା, ଜନନୀ ମିଶ୍ର, ଦେବୀ ପ୍ରସାଦ ଭୋଇ, ଲଳିତ ମୋହନ ବେବର୍ତ୍ତା, ବାବଲୁ ବାଗ, କୃଷ୍ଣଚନ୍ଦ୍ର ଵାଗ, ଶଙ୍କର ମେହେର, ଶରତ ବହିଦାର, ଶାନ୍ତନୁ ପାଢ଼ୀ, ନିଶିକାନ୍ତ ବିଶ୍ଵାଳ ଙ୍କ ସମେତ ମଞ୍ଚ ର ଆବାହକ ଭବାନୀ ଶଙ୍କର ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ ।