ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ବୃକ୍ଷ ରୋପଣ


ସମ୍ବଲପୁର ର ଅଗ୍ରଣୀ ଅନୁଷ୍ଠିତ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଇତିମଧ୍ୟରେ “ଗଛ ଲଗାଅ ଗଛ ବଞ୍ଚାଅ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଅନୁଷ୍ଠାନ ର ପରିବେଶ ଉପସମିତି ର ଆବାହକ ଦିଲୀପ ବଘାର ଙ୍କର ନେତୃତ୍ୱ ରେ ଆଜି ନୃସିଂହ ଗୁରୁ ଟାଉନ ହାଇସ୍କୁଲ ପରିସରରେ କିଛି କୃଷ୍ଣ ଚୁଡା ଓ ରାଧାଚୂଡ଼ା ଗଛ ଲଗାଯାଇଥିଲା l
ଆଜିର ଯେପରି ଭାବରେ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି ତାହାର ପ୍ରଭାବ ଜୀବଜଗତ ଉପରେ ପଡୁଛି l ଏହି ସମସ୍ୟା ର ଦୂରୀକରଣ ପାଇଁ ଗଛ ଲଗାଇବାର ଯେତେ ଆବଶ୍ୟକ ଗଛ ବଞ୍ଚାଇବା ତାଠୁ ବେଶି ଗୁରୁତ୍ୱପୂର୍ଣ୍ଣ ର ବାର୍ତ୍ତା ସମାଜ କୁ ଦେବା ଉଦ୍ୟେଶ ରେ ଓଡିଶା ସାଂସ୍କୃତିକ ସମାଜ ର ଏହି ” ଗଛ ଲଗାଅ ଗଛ ବଞ୍ଚାଅ ” କାର୍ଯ୍ୟକ୍ରମ l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ମାନଂକୁ ମଧ୍ୟ୍ୟ ସାମିଲ କରାଯାଇଥିଲା l
ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ରେ ନୃସିଂହ ଗୁରୁ ଟାଉନ ହାଇସ୍କୁଲ ର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ଭୁଜାତା ନାୟକ, ଓଡିଶା ସାଂସ୍କୃତିକ ସମାଜ ର ଉପସଭାପତି ସୂର୍ଯ୍ୟ ପାଣିଗ୍ରାହୀ, ସ୍କୁଲ ର ପୁରାତନ ଛାତ୍ର ତଥା ସମାଜସେବୀ ଭକ୍ତ ପ୍ରସାଦ ନନ୍ଦ, ପରେଶ ଚନ୍ଦ୍ର ଦାନୀ, ଗୋରେଖ ଲାଲ ଦାସ, ଅନୁଷ୍ଠାନ ର କୋଷାଧକ୍ଷ ଦୀନବନ୍ଧୁ ପଣ୍ଡା ତଥା ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିଲେ l
ଆଗାମୀ ଦିନରେ ସମ୍ୱଲପୁର ଜିଲ୍ଲା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଏହି ” ଗଛ ଲଗାଅ ଗଛ ବଞ୍ଚାଅ ” କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ବଘାର ସୂଚନା ପ୍ରଦାନ କରିଛନ୍ତି l