Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲା ପାଇଥିଲା ଓଡିଏଫ ପୁରସ୍କାର:ଶୌଚ ପାଇଁ ଯାଇ ହାତୀ ଆକ୍ରମଣରେ ୨ ମୃତ

ଅନୁଗୁଳ ଜିଲ୍ଲାରେ ପୁଣି ଘଟିଛି ଅଘଟଣ। ଏହାକୁ ନେଇ ତାତିଛନ୍ତି ଲୋକେ। ଅକାରଣେ ଲୋକଙ୍କ ଜୀବନ ହାନିକୁ ନେଇ ବନ ବିଭାଗକୁ ଦୋଷ ଦେଇ ରାସ୍ତାକୁ ଓଲ୍ଲେଇଛନ୍ତି ସ୍ଥାନୀୟ ଅଧିବାସୀ। ସୂଚନା ଅନୁସାରେ ଅନୁଗୁଲ ବନଖଣ୍ଡ ପାତେଲି ଗ୍ରାମରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁକୁ ନେଇ ଘଟିଛି ଏଭଳି ଅଭାବନୀୟ ପରିସ୍ଥିତି। ଶୌଚ ପାଇଁ ଯାଇଥିବା ବେଳେ ଜଙ୍ଗଲି ହାତୀ ହାବୁଡରେ ପଡି ଜଣେ ବୃଦ୍ଧ ଓ ଜଣେ ମହିଳାଙ୍କ ଜୀବନ ଯାଇଥିବା ଭଳି ଘଟଣା ସାଧାରଣରେ ହଇଚୁଇ ସୃଷ୍ଟି କରିଛି। ହାତୀ ଆକ୍ରମଣରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜନା ସହ ଉତ୍ତ୍ୟକ୍ତ ଲୋକେ ଅନୁଗୁଳ-ବନ୍ତଳା ରାସ୍ତାକୁ ଅବରୋଧ କରିଛନ୍ତି। ଏହି ଘଟଣାକୁ ନେଇ ଯେତିକି ଆଶ୍ଚର୍ଯ ହେବାର ନାହିଁ ତା ଠାରୁ ବଡ ଆଶ୍ଚର୍ଯ୍ୟ ଲାଗୁଛି ଓଡିଏଫ ପାଇଁ ଯେଉଁ ଜିଲ୍ଲାକୁ ରାଜ୍ୟ ସରକାର ସମ୍ମାନୀତ କଲେ ସେହି ଜିଲ୍ଲାରେ ପୁଣି ଖୋଲା ପଡିଆରେ ଝାଡା କରି ସୌଚ ପାଇଁ ଯାଇ ସାଧାରଣ ଜନତାଙ୍କ ମୃତ୍ୟୁ ଘଟୁଛୁ କିପରି ? ଏହାକୁ ନେଇ ସମ୍ବଲପୁର ଜିଲ୍ଲାର ଜଣେ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ପ୍ରଶ୍ନ ଉଠାଇ ବାସ୍ତବିକ ପରିସ୍ଥିତିକୁ ନଦେଖି ଓ ସରକାର ଯେଉଁ ଅସ୍ୱଚ୍ଛ ନିତି ଧରି ବୋଲକରା ସାଜିଛନ୍ତି ଏହା ତାହାର ଉଦାହରଣ ଓ ଏଥିପାଇଁ ସରକାର ନିଜ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆଣିବାକୁ କହିଛନ୍ତି। ଅନୁଗୁଲ ଜିଲ୍ଲାର ବାସ୍ତବିକ ପରିସ୍ଥିତିକୁ ଏହି କର୍ମୀ ହୃଦବୋଧ କରି ଓଡିଏଫ ତାଲିମରେ ସେହି ସମୟର ଜିଲ୍ଲା ପ୍ରଶାସନର ଅନେକ ଅଧିକାରିଙ୍କ ଉପସ୍ଥିତିରେ ଯେଉଁ ପରାମର୍ଶ ସବୁ ଦେଇଥିଲେ ତାହାକୁ ଗ୍ରହଣ କରିବା ଛାଡି ନିଜର ଆଧିପତ୍ଯ ଦେଖାଇବା କାରଣହିଁ ଆଜି ଶୌଚପାଇଁ ଯାଇ ହାତୀ ଆକ୍ରମଣର ଘଟଣା ଅନୁଗୁଲ ଜିଲ୍ଲାକୁ ତଳେ ପକାଇ ଦେଇଛି । ରାଜ୍ୟ ସରକାର ଏଥିରୁ କିଛି ଶିକ୍ଷା କଲେ ଅକାରଣେ ଜୀବନ ହାନୀକୁ ଏଡାଇ ହେବ ଓ ଏଥିପାଇଁ ବିକାଶ ମୂଳକ ଆନ୍ତରିକତା ଓ ଦକ୍ଷତାହିଁ ଏକ ମାତ୍ର ବାଟ ବୋଲି ମତେ କଗିବାକୁ କୁଣ୍ଠାବୋଧ ଲାଗୁନି ବୋଲି ଡା.ଷଡଙ୍ଗୀ କହିଛନ୍ତି।