Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରପଞ୍ଚ୍ ସଂଘକୁ ରାଷ୍ଟ୍ରିୟ ପଞ୍ଚୟତିରାଜ ଗ୍ରାମ ପ୍ରଧାନ/ ସରପଞ୍ଚ୍ ସଂଗଠନ ଓଡିଶା ରାଜ୍ୟ ଶାଖାର ସମର୍ଥନ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ସରପଞ୍ଚ୍ ସଂଘର ଦାବିକୁ ସମର୍ଥନ କରିଛି ରାଷ୍ଟ୍ରିୟ ପଞ୍ଚାୟତିରାଜ ଗ୍ରାମ ପଧାନ/ ସରପଞ୍ଚ୍ ସଂଗଠନ ଓଡିଶା ରାଜ୍ୟ।ଶକ୍ଷା,ସ୍ୱାସ୍ଥ୍ୟ,ଖାଉଟି ସାମଗ୍ରୀ ଯୋଗାଣ ଭଳି ଗୁରୁତ୍ୱପୂ୍ର୍ଣ୍ଣ ବ୍ୟବସ୍ଥାରେ ସରପଞ୍ଚ୍ ମାନଙ୍କୁ ଗୁରୁ ଦାୟିତ୍ୱ ଓ କ୍ଷମତା ରହିଛି। ଏପରିକି ସରପଞ୍ଚ୍ ମାନେ ମଧ୍ୟ ସାଂସଦ ଓ ବିଧାତକ ମାନଙ୍କ ପରି ସିଧାସଳଖ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଉଥିବାରୁ ସାଂସାଦ ଓ ବିଧାୟକଙ୍କ ପରି ସରପଞ୍ଚ୍ ମାନେ ମଧ୍ୟ ସମାନ ସୁବିଧା ଓ ସୁଯୋଗ ପାଇବା ହକଦାର ବୋଲି ସଂଗଠନ କହିଛି। ସମ୍ବଲପୁର ଜିଲ୍ଲା ସରପଞ୍ଚ୍ ସଂଘର ସଭାପତି ପ୍ରଫୁଲ୍ଲ ମିର୍ଦ୍ଧାଙ୍କ.ଉଦ୍ଦେଶ୍ଯରେ ସଂଘର ଅନ୍ୟତମ ଉପଦେଷ୍ଟା ଡା.ରାଜାରାମ ଷଡଙ୍ଗୀ ଦ୍ୱାରା ସମର୍ଥନ ପତ୍ର ପ୍ରଦାନ କରିଛନ୍ତି ସଂଗଠନର ଓଡିଶା ରାଜ୍ୟ ସଭାପତି ଶ୍ରୀ ରବି ରଥ। ସମ୍ବଲପୁର ସରପଞ୍ଚ୍ ସଂଘର ୧୧ ଦଫା ଦାବିକୁ ହୃଦବୋଧ କରି ଏହାର ପୂରଣ ପାଇଁ ଶ୍ରୀ ରଥ ପଞ୍ଚାୟତିରାଜ ଓ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ