Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଡକାୟତି ରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ର ମୃତ୍ୟୁ ପରେ କୋକସରା ଥାନା ସମ୍ମୁଖରେ ଧାରଣା,ବୁଝାସୁଝା ପରେ ଶବ ନେଲେ ପରିବାର।

କୋକସରା:୨୪/୦୮ କୋକସରା ଥାନା ଅନ୍ତର୍ଗତ ଓଲମା ଡକାୟତି ଘଟଣା ରେ ସମ୍ପୃକ୍ତ ଥିବା ଗୁରୁତର ଅଭିଯୁକ୍ତ ଗମ୍ଭାରୀଗୁଡା ଗ୍ରାମର ରୂପେଶ ନାଏକ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର କରିବା ସମୟରେ ମୃତ୍ୟୁ ହେବା ପରେ ପରିବାର ଲୋକଙ୍କ ପକ୍ଷରୁ ଗୁରୁବାର ସକାଳ ସମୟରୁ କୋକସରା ଥାନା ସମ୍ମୁଖରେ ଡକାୟତି ହୋଇଥିବା ଓଲମା ଗ୍ରାମର ଧନଞ୍ଜୟ ସାହୁ ଙ୍କ ପରିବାର କୁ ଗିରଫ କରିଵା ଦାବିରେ ଧାରଣା ଦେଇଥିଲେ। ପୋଲିସ ପକ୍ଷରୁ କେଶ ରୁଜୁ କରାଯାଇଛି ଓ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶୃତି ପରେ ମଧ୍ୟ ଶବ ନେବାକୁ ରାଜି ହୋଇନଥିଲେ ପରିବାର ସଦସ୍ୟ।ଘଟଣାସ୍ଥଳରେ ଦିର୍ଘ ସମୟ ଧରି ଉତ୍ତେଜନା ଜାରି ରହିଥିଲା। ପରେ ଉପଖଣ୍ଡ।ପୋଲିସ ଅଧିକାରୀ ଦିର୍ଘ ସମୟ ଧରି ଆଲୋଚନା ବୁଝାସୁଝା କରିବା ପରେ ଶବ ନେଇ ଗାଁ ଯାଇଥିଲେ ପରିବାର ଓ ଗ୍ରାମବାସୀ।ସୂଚନା ମତେ ଗତ ରବିବାର ଓଲମା ଗ୍ରାମରେ ହୋଇଥିବା ଡକାୟତି ଘଟଣା ରେ ଫେରାର ସମୟରେ ବାଡ଼ ଡେଇଁ ଯାଉଥିବା ବେଳେ ଗୋଡ଼ ଭାଙ୍ଗି ଯିବାରୁ ଗ୍ରାମବାସୀ ମାନେ କାବୁ କରି ଅଭିଯୁକ୍ତ ଯୁବକ କୁ ପୋଲିସ କୁ ଜିମା ଦେଇଥିଲେ। ଯୁବକ ର ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲ କୁ ନେବା ବାଟରେ ମୃତ୍ୟୁ ହୋଇଥିଲା।ଶବ ଆସିବା ପରେ ପରିବାର ଲୋକେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ.। ମୃତ ଅଭିଯୁକ୍ତ ହେଉଛି ରୂପେଶ ନାଏକ ଓ ତାର ଘର ସ୍ଥାନୀୟ ଗମ୍ଭାରୀଗୁଡା ଗ୍ରାମ ।ଘଟଣାସ୍ଥଳରେ ଧର୍ମଗଡ଼ ଏସଡିପିଓ ଙ୍କ ନେତୃତ୍ୱରେ କୋକସରା, ଆମପାଣି, କଲମପୁର, ଜୁନାଗଡ ଥାନା ଅଧିକାରୀ ପୋଲିସ ଅଧିକାରୀ,ଆଇଆରବି ପୋଲିସ ଫୋର୍ସ ମୁତୟନ ଥିଲେ। ଡକାୟତି ଘଟଣା ରେ ବୁଧବାର ଅନ୍ୟ ୪।ଜଣ ଅଭିଯୁକ୍ତ ଙ୍କୁ।କୋର୍ଟ ଚାଲାଣ କରାଯାଇଛି ଓ ପୋଲିସ ର ତଦନ୍ତ ଜାରି ରହିଥିବା ନେଇ ଏସଡିପିଓ ଧିରଜ କୁମାର ଚୋପଦାର ସୂଚନା ଦେଇଛନ୍ତି।