Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ଉପରେ ଅଚଳ ନଳକୂପ ଯାତାୟତ ବାଧାପ୍ରାପ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଡୁଙ୍ଗୁରି ଛକ ରୁ ପ୍ରସିଦ୍ଧ ଶୈବପିଠ ଗୋଧନେଶ୍ବର ରାସ୍ତାର ଛକ ଉପରେ ରାସ୍ତା କଡରେ ଅସୁରକ୍ଷିତ ନଳକୂପ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁ ଥିବା ଅଭିଯୋଗ ହେଉଛି । ସୂଚନାନୁସାରେ ପ୍ରସିଦ୍ଧ ଶୈବ ପିଠ ଗୋଧନେଶ୍ବର ମନ୍ଦିର କୁ ଯିବା କୁ ଥିବା ଏକ ମାତ୍ର ରାସ୍ତା ସଂଲଗ୍ନରେ ବହୁ ପୁରୁଣା ନଳକୂପ ଭଗ୍ନ ଅବସ୍ଥା ରେ ପଡି ରହିଛି l ଉକ୍ତ ରାସ୍ତା ଟି ଅଣଓସାରିଆ ରହିଥିବା ସହ ରାସ୍ତା ର ଗୋଟିଏ ପଟେ ଦୋକାନ ଘର ରହିଥିବାରୁ ଅନ୍ୟପଟେ ଭଗ୍ନ ନଳକୂପ ଯୋଗୁଁ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି I ବହୁ ଦୁରଦୁରାନ୍ତ ରୁ ଆସୁଥିବା ଭକ୍ତ ମାନଙ୍କ ଗାଡି ଗୁଡିକ ଯିବା ସମୟରେ ରାସ୍ତା କଡର ଦୋକାନ ରେ ଗାଡି ବାଜି ଅପ୍ରିତିକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଏହି ନଳକୂପ ଯୋଗୁଁ ବସ ଆଦି ବଡଗାଡି ଭିତରକୁ ଯାଇ ପାରୁ ନ ଥିବାବେଳେ ପ୍ରାୟ ୩-୪ କି.ମି ଭକ୍ତଙ୍କୁ ଚାଲିକି ଯିବାକୁ ପଡୁଥିବା ଦେଖାଯାଉଛି । ଅପର ପକ୍ଷରେ ବୀରମହାରାଜପୁର-ରେଢ଼ାଖୋଲ ପୂର୍ତ୍ତବିଭାଗ ଅଧିନସ୍ଥ ମୁଖ୍ୟ ରାସ୍ତା ଏହି ଛକ ଦେଇ ଯାଇ ଥିବାରୁ ସର୍ବଦା ଗାଡି ମୋଟର ଯିବା ଆସିବା କରିବା ଯୋଗୁଁ ଜନ ଗହଳି ଲାଗି ରହିଛି I ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ଦିର୍ଘ ବର୍ଷରୁ ରାସ୍ତାକଡରେ ରହିଥିବା ଭଗ୍ନ ନଳକୂପ ଅଂଶ କୁ କାଢି ଦେବାକୁ ଅଞ୍ଚଳବାସି ଦାବି କରୁଛନ୍ତି ।