Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଭିତ୍ତି ପ୍ରସ୍ଥର ସ୍ଥାପନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ୧୨ ଗୋଟି ଗ୍ରାମପଞ୍ଚାୟତ ମଧ୍ୟରୁ ୯ ଗୋଟି ଗ୍ରାମପଞ୍ଚାୟତ ଶଙ୍କରାଖୋଲର ପିତାବଳୀ ମନ୍ଦିର, ବପଲମେଣ୍ଡି(ଲା)ର ହନୁମାନ ମନ୍ଦିର, ବ୍ରାହ୍ମଣପାଦର ପିତାବଳୀ ମନ୍ଦିର, କଖାରୁଝୋଲାର ସପ୍ତବଟୀ ମନ୍ଦିର, ଚାହାଳିର ବିଶ୍ୱବାଣୀ ଓ ବଲିଭର ଚର୍ଚ୍ଚ, ବପଲମେଣ୍ଡିର ରାମ ମନ୍ଦିର ଓ ଚର୍ଚ୍ଚର ପୁନଃଉଧାର ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବ୍ଲକ ଅଧ୍ୟକ୍ଷା ବୈନେତ୍ରୀ କହଁର, ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ, ବିଜୁ ଜନତା ଦଳ ଚକାପାଦ ବ୍ଲକ ସଭାପତି ରାଜେଶ ଦିଗାଲ ଏବଂ ପ୍ରତ୍ୟେକ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ। ବ୍ଲକ ପ୍ରଶାସନ ତରଫରୁ ସହକାରୀ ଯନ୍ତ୍ରୀ ଦେବୀ ପ୍ରସନ୍ନ ରାଉତ ଏବଂ ତାଙ୍କର ଟେକ୍ନିକାଲ ଟିମ ଉପସ୍ଥିତ ଥିଲେ। ଏହି ସବୁ ମନ୍ଦିର ଏବଂ ଚର୍ଚ୍ଚ ଗୁଡିକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ୨୦୨୩/୨୪ ଆର୍ଥିକ ବର୍ଷରୁ ପ୍ରଦାନ କରାଯାଇଛି।