Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜି-୨୦ ସମ୍ମିଳନୀରେ ସବୁଠୁ ବଡ଼ କାରକେଡ୍ ଆମେରିକାର ରହିବ, ଚୀନକୁ ମିଳିବ ବାସ୍ ଏତିକି ଗାଡ଼ି !

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଗଲାଣି। ବିଭିନ୍ନ ରାଷ୍ଟ୍ରାଧ୍ୟକ୍ଷଙ୍କ ପାଇଁ ମୋଟ୍ ୩୨ କାରକେଡ୍ ବାହାରିବ। ଏଥିରୁ ଅଧିକାଂଶ କାରକେଡ୍ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଗାଡ଼ି ଉପଲବ୍ଧ କରାଯିବ। ୬ଟି ଦେଶ ନିଜର ଗାଡ଼ ବିମାନରେ ନେଇ କି ଆସୁଛନ୍ତି। ସବୁଠୁ ବଡ଼ କାରକେଡ୍ ଆମେରିକାର ରହିବ, ଯେଉଁଥିରେ ପ୍ରାୟ ୬୦ ଗାଡ଼ି ସାମିଲ୍ ହେବ। ଚୀନ ମଧ୍ୟ ନିଜ କାରକେଡରେ ୪୫ ଗାଡ଼ି ରଖିବ ବୋଲି କହିଛି।

ସୂଚନା ଅନୁଯାୟୀ, ଜି-୨୦ ସମ୍ମିଳନୀରେ ଯୋଗ ଦେଉଥିବା ୧୯ ଦେଶ ଏବଂ ୟୁରୋପିୟନ ୟୁନିୟନ ସାମିଲ୍। ଏଥିରେ ୯ ଦେଶକୁ ଆମନ୍ତ୍ରିତ ଅତିଥି ଭାବେ ଡକାଯାଇଥିବା ବେଳେ ୧୨ରୁ ଅଧିକ ଅନ୍ତର୍ଜାତୀୟ ସଂଗଠନ ଯୋଗ ଦେବେ। ସମସ୍ତଙ୍କର ମୋଟ୍ ୩୨ କାରକେଟ୍ ସେପ୍ଟେମ୍ବର ୯ ଏବଂ ୧୦ ତାରିଖ ବାହାର କରାଯିବ। ଏହି କାରକେଡ୍ ପାଇଁ ଆମେରିକା, ଫ୍ରାନ୍ସ, ତୁର୍କୀ, ଚୀନ, ୟୁଏଇ ଓ ୟୁରୋପିୟନ ସଂଘ ନିଜର ଗାଡ଼ି ନେଇକି ଆସୁଛନ୍ତି। ଅନ୍ୟ ଦେଶର ପ୍ରତିନିଧିଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଗାଡ଼ି ଯୋଗାଇ ଦିଆଯିବ। ପୋଲିସ ସୂତ୍ର ଅନୁଯାୟୀ, ସମ୍ମିଳନୀରେ ଯୋଗ ଦେବାକୁ ଥିବା ରାଷ୍ଟ୍ରାଧ୍ୟକ୍ଷଙ୍କ ଯାଞ୍ଚ କରାଯିବ ନାହିଁ।

ସୂତ୍ର ମୁତାବକ ଆମେରିକା ପକ୍ଷରୁ ୮୦ ଗାଡ଼ି ରଖାଯିବ ବୋଲି କୁହାଯାଉଥିଲା। ପରେ କାରକେଡରେ ୬୦ ଗାଡ଼ି ସାମିଲ୍ କରାଯିବ ବୋଲି ଆମେରିକା ସହମତି ହୋଇଛି। ଚୀନ ୪୫ ଗାଡ଼ିର କାରକେଡ୍ ବାହାର କରିବ ବୋଲି କହିଛି। କିନ୍ତୁ କେନ୍ଦ୍ର ସରକାର ୨୫ରୁ ୩୦ ଗାଡ଼ି କାରକେଡରେ ରଖିବାକୁ କହିଛି। ବର୍ତ୍ତମାନ ଚୀନର ଗାଡ଼ି ସଂଖ୍ୟା କେତେ ସ୍ପଷ୍ଟ ହୋଇ ନାହିଁ।

More Stories