Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡା.ରାସେଶ୍ବରୀ ପାଣିଗ୍ରାହୀ ଟ୍ରଷ୍ଟ ପକ୍ଷରୁ ୧୩ ଜଣଙ୍କୁ ଶିକ୍ଷା ଓ ଚିକିତ୍ସା ପାଇଁ ସହାୟତା ପ୍ରଦାନ

ସମ୍ବଲପୁର:ଡା.ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ଶିକ୍ଷା ଓ ଚିକିତ୍ସା ପାଇଁ ୧୩ ଜଣଙ୍କୁ ୧ ଲକ୍ଷ ୭୨ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଗତକାଲି ସନ୍ଧ୍ୟାରେ ଟ୍ରଷ୍ଟ ସ”ସ୍ଥାପିକା ଡା.ପାଣିଗ୍ରାହୀଙ୍କ ଉପସ୍ଥିତି ଏବଂ ସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଆବେଦନକାରୀଙ୍କୁ ଉପରୋକ୍ତ ପରିମାଣର ସହାୟତା ମଞ୍ଜୁରୀ ସହ ଚେକ୍ ପ୍ରଦାନ କରାଯାଇଥିଲା। ଏହାସହିତ ଚଳିତ ବର୍ଷ ରାଜ୍ୟର ଏକ ସରକାରୀ ମେଡିକାଲ କଲେଜରେ ଏମବିବିଏସ ଶ୍ରେଣୀରେ ନାମଲେଖାଇଥିବା ଜଣେ ଛାତ୍ରଙ୍କୁ ସହାୟତା ପ୍ରଦାନ ସକାଶେ ବୈଠକରେ ମଞ୍ଜୁରୀ ଦିଆଯାଇଛି। ଟ୍ରଷ୍ଟ ସମ୍ପାଦକ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ ବୈଠକର ସ°ଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ସ୍ବରୂପ ପୁରୋହିତ ଆର୍ଥିକ ହିସାବ ଉପସ୍ଥାପନ କରିଥିଲେ। ବୈଠକକୁ ପର୍ଯ୍ୟବେକ୍ଷକ ଭାବେ ଆମନ୍ତ୍ରିତ ଇ° ରଥାଙ୍ଗପାଣି ପୁରୋହିତ ଓ ଡା.ଅଶୋକ କୁମାର ପଣ୍ଡା ଟ୍ରଷ୍ଟ ପାଣ୍ଠିକୁ ଯଥାକ୍ରମେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ଓ ବୁର୍ଲାର ଯୁଗଳ ପାଳ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ବୈଠକର ଆଲୋଚନାରେ ଟ୍ରଷ୍ଟ ସଭ୍ୟବୃନ୍ଦ ସୁଧୀର ପୂଜାରୀ, ଦେବାଶିଷ ନନ୍ଦ, ବିପିନ ବିହାରୀ ପଣ୍ଡା, ସୁବ୍ରତ ପଣ୍ଡା ଓ ଶିବ ନନ୍ଦ ଭାଗନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories