Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଶୋର ଜେନାଙ୍କୁ ୨୫ ଲକ୍ଷ ପୁରସ୍କାର ଘୋଷଣା, ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପରେ କରିଛନ୍ତି ଶ୍ରେଷ୍ଠ ପ୍ରଦର୍ଶନ

ଭୁବନେଶ୍ଵର: ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ କରିଥିବା ଜାଭଲିନ ଫିଙ୍ଗାଳି କିଶୋର ଜେନାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କାର ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୋମବାର ଏହାର ସୂଚନା ଦିଆଯାଇଛି।

ବୁଦାପେଷ୍ଟରେ ଆୟୋଜିତ ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପର ଫାଇନାଲରେ କିଶୋର ୮୪.୭୭ ମିଟର ଭାଲା ଫିଙ୍ଗି ପଞ୍ଚମ ସ୍ଥାନ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ। ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ବିଶ୍ଵ ଆଥଲେଟିକ୍ସରେ ସେ ଭାଗ ନେଇଥିଲେ। ଫାଇନାଲରେ କିଶୋର ଜେନାଙ୍କ ସହ ତିନି ଭାରତୀୟ ଖେଳାଳି ପ୍ରବେଶ କରିଥିଲେ। ନୀରଜ ଚୋପ୍ରା ୮୮.୧୭ ମିଟର ଜାଭଲିନ ଫିଙ୍ଗ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

ଏହା ପୂର୍ବରୁ ଭାଲା ଫିଙ୍ଗା ପ୍ରତିଯୋଗିତାରେ କିଶୋର ଜେନା ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। କିଶୋର ଜେନା ୮୦.୫୫ ମିଟର ଯାଏ ଭାଲା ଫିଙ୍ଗି ଫାଇନାଲରେ ନବମ ସ୍ଥାନ ହାସଲ କରିଥିଲେ।

ସୂଚନାଯୋଗ୍ୟ, ୨୭ ବର୍ଷୀୟ କିଶୋର ଜେନା ହେଉଛନ୍ତି ପୁରୀ ଜିଲ୍ଲାର ବାସିନ୍ଦା। ୨୦୨୩ ଜୁନରେ ଭୁବେନଶ୍ଵରରେ ଆୟୋଜିତ ନ୍ୟାସନାଲ ଚାମ୍ପିଅନସିପରେ ସେ ରୌପ୍ୟ ପଦକ ଜିତିଥିଲେ। ଚଳିତ ବର୍ଷ ଜୁଲାଇ ୩୦ରେ ଶ୍ରୀଲଙ୍କାରେ ଖେଳା ଯାଇଥିବା ପ୍ରତିଯୋଗିତାରେ ସେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୩୮ ମିଟର ଯାଏ ଭାଲା ଫିଙ୍ଗିଥିଲେ। ଏହି ପ୍ରଦର୍ଶନ ବଳରେ ସେ ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନଶିପ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ