Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁନେଇ ଥାନାରେ ଅଭିଯୋଗ|

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ପାଲଟପୁର ପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମର ପ୍ରତିମା ମଲ୍ଲିକ(୨୨ ବର୍ଷ) ଫାଶୀଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ସୂଚନାରୁ ପ୍ରକାଶ ଯେ ନୀଳକଣ୍ଠପୁର ଗ୍ରାମର ମନ୍ମଥ ମଲ୍ଲିକଙ୍କ ସାନପୁଅ ବିକାଶ ମଲ୍ଲିକ(୨୪) ଅକରପଡ଼ା ପଂଚାୟତ ଶ୍ରୀଧରପୁର ଗ୍ରାମର ଅଶୋକ ମଲ୍ଲିକଙ୍କ ଝିଅ ପ୍ରତିମାଙ୍କୁ ୩ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବିବାହ
ର ୩ ବର୍ଷ ମଧ୍ୟରେ ଉଭୟଙ୍କର ଦୁଇଟି କନ୍ୟା ସନ୍ତାନ ଜନ୍ମ ହୋଇଛି। ତେବେ କୌଣସି କାରଣରୁ ଗତକାଲି ଠାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ପଡ଼ୋଶୀଙ୍କ ମନ୍ତବ୍ୟ ଅନୁସାରେ ଆଜି ସକାଳୁ ବିବାଦ ଉଗ୍ର ରୂପ ନେଇଥିଲା। ତେବେ ଆଜି ଦିବା 12 ସମୟରେ ପ୍ରତିମା ପିନ୍ଧା ଲୁଗାରେ ଫାଶୀ ଲଗାଇଥିବା ଦୃଶ୍ୟ ସାମ୍ନା କୁ ଆସିଥିଲା| ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୂଚନା ଅନୁସାରେ ୧୨ଟା ୪୫ ମିନିଟ ସମୟରେ ପ୍ରତିମାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ନିମନ୍ତେ ନିର୍ଦେଶ ଦେଇଥିଲେ। ସେପଟେ ଘଟଣାଟିକୁ ଗୁରୁତର ଭାବେ ହୃଦୟଙ୍ଗମକରି ପ୍ରତିମାଙ୍କ ସ୍ୱାମୀ ବିକାଶକୁ ମଙ୍ଗଳପୁର ପୁଲିସ ଉଠାଇନେଇଛି। ବାପଘର ତରଫରୁ ଘଟଣାର ସତ୍ୟାସତ୍ୟ ତଦନ୍ତ ସହ ଅନୁସନ୍ଧାନ ଲାଗି ମଙ୍ଗଳପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ