Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିନାଝୋଲା ଶୈବ ପୀଠ ବଂଶଧାରା ନଦୀରେ ଦୁଇଶିଶୁ ନିଖୋଜ

ଚନ୍ଦ୍ରପୁର ବ୍ଲକ ବଂଶଧାରା ନଦୀର ମିନାଝୋଲା ଠାରେ ଜଣେ ଦଶ ବର୍ଷର ଝିଅ ଓ ନଅ ବର୍ଷର ପୁଅ ପ୍ରଖର ସ୍ରୋତରେ ପାଣିଭିତରେ ଖସିଯାଇ ନିଖୋଜ । ସୂଚନାଯେ, ଫୁଲବାଣୀ ଜିଲ୍ଲା କୋଟଗଡ ବ୍ଲକର ସୁବର୍ଣ୍ଣପୁର ଗ୍ରାମର କିଛି ଲୋକ ମିନାଝୋଲା ବୁଲିବାକୁ ଆସିଥିଲେ । ସେମାନଙ୍କ ଦୁଇ ପରିବାରର ଦୁଇ ଛୁଆ ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ଅଗ୍ନିଶମ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଚାଲିଛି । ମିନାଝୋଲା ନିକଟସ୍ଥ ଟାପିରିକୁପୁଡା ଗ୍ରାମବାସୀ ମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଖବର ଲେଖିବା ସମୟ ମଧ୍ୟରେ ପିଲା ମାନଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା।ଏହି ଦୁଃଖଦ ଖବର ଶୁଣି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ