ଶ୍ରାବଣ ଶେଷ ସୋମବାର ଶିବlଳୟ ମାନଙ୍କରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ସମାଗମ


ବୀରମହାରାଜପୁର : ଶ୍ରାବଣ ର ଶେଷ ସୋମବାର ହୋଇ ଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ବିଭିନ୍ନ ଶୈବାଳୟମାନଙ୍କ ରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଛି l ଚମ୍ପାମାଳ ସ୍ଥିତ ପ୍ରସିଦ୍ଧ ଚମ୍ପେଶ୍ୱର ମନ୍ଦିର , ଗୋଧେନେଶ୍ୱର ମନ୍ଦିର , ପିତାମହୁଲ ସ୍ଥିତ ଶିବ ମନ୍ଦିର , ବଡବର୍ଡାକଟା ବନେଶ୍ୱର ଶିବ ମନ୍ଦିର , ସୁନରୀବେର୍ଣି ଶିବ ମନ୍ଦିର , ଗୌଡଗାଡ ସ୍ଵପ୍ନେଶ୍ୱର ଶିବ ମନ୍ଦିର , ଠେଙ୍ଗୋ ଡ୍ୟାମ ସ୍ଥିତ ରାମେଶ୍ବର ଶୈବ ମନ୍ଦିର , କୁଞ୍ଜାପାଲି ଶିବ ମନ୍ଦିର , କେଂଝିରିଆପାଲି ଜ୍ଞାନେଶ୍ଵର ଶିବ ମନ୍ଦିର , ମେଣ୍ଡାମାଲ ସ୍ଥିତ ଶିବ ମନ୍ଦିର , କାଦୋଦର , କଳାପଥର , ଉଲୁଣ୍ଡା , ଭୂଦୋବର , କ୍ଷମାଲୋଇ ସିଣ୍ଢୋଲ , ଜlଲୋଏ , ସମେତ ପାତାଳୀ ଶ୍ରୀକ୍ଷେତ୍ର ରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇ ଥିଲା l ଶତାଧିକ ବୋଲବମ୍ ଭକ୍ତ ମାନେ ଶୈବାଳୟା ରେ ଜଳ ଢାଳିଥିଲେ l ବହଲପଦର ପଞ୍ଚାୟତ ର କେଶଲଗା ସ୍ଥିତ ଯୋଗେଶ୍ୱର ଶୈବପୀଠ ରେ ଗଙ୍ଗା ଜଳସାଇ ହୋଇ ଥିବା ବେଳେ ମେଣ୍ଡମାଳ ଶୈବ ମନ୍ଦିର ରେ ଆଖୁ ପଣା ସାଇ ହୋଇ ଥିଲା l ଏହା ଦେଖିବାକୁ ମନ୍ଦିରମାନଙ୍କରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l